୧୦ ଲକ୍ଷରୁ ଅଧିକ ବୟସ୍କ ନାଗରିକ ନେଲେଣି କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ରାଜ୍ୟର ମୋଟ ୯୩୯ଟି ସ୍ଥାନରେ ଟିକାକରଣ ହୋଇଥିବା ବେଳେ ୫୪ଟି କୋଭାକ୍ସିନ୍ ଦିଆଯାଇଛି । ମଙ୍ଗଳବାର ଟିକା ନେଇଛନ୍ତି ୭୮ ହଜାର ୮୧୩ ଜଣ । ସେଥିମଧ୍ୟରୁ ଆଜି ୭୪୮ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୪୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍, ୮୭୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ଓ ୩ ହଜାର ୩୯୧ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

୪୫ରୁ ୫୯ ବର୍ଷ ବୟସ୍କ ଗମ୍ଭୀର ରୋଗରେ ଆକ୍ରାନ୍ତ ୫ ହଜାର ୬୮୮ ଜଣ ଟିକା ନେଇଥିବା ବେଳେ ୬୦ ହଜାରରୁ ଉର୍ଦ୍ଧ୍ୱ ବୟସ୍କ ୬୬ ହଜାର ୬୫୪ ଜଣ ଆଜି ଟିକା ନେଇଛନ୍ତି । ଏଥିସହ ଆଜି ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ୧୦ ଲକ୍ଷ ନାଗରିକ କୋଭିଡ୍ ଟିକା ନେଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏଯାବତ୍ ରାଜ୍ୟରେ ୩ ଲକ୍ଷ ୧୦ ୮୩ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୫୦ ୭୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୧ ଲକ୍ଷ ୮୧ ହଜାର ୪୧୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୧ ଲକ୍ଷ ୨୭ ହଜାର ୭୩୨ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଛନ୍ତି । ଗମ୍ଭୀର ରୋଗରେ ଆକ୍ରାନ୍ତ ୪୫ରୁ ୫୯ ବର୍ଷ ବୟସ୍କ ୫୯ ହଜାର ୯୬୯ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୦ ଲକ୍ଷ ୩୦ ହଜାର ୮୧୫ ଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଇଛି ।ରାଜ୍ୟରେ ମୋଟ ୧୯ ଲକ୍ଷ ୬୦ ହଜାର ୭୧୯ ଜଣ କରୋନା ଟିକା ନେଇଛନ୍ତି । ରାଜ୍ୟରେ ଏବେ ଟିକାକରଣ ଜାରି ରହିଥିବା ବେଳେ କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଏପ୍ରିଲ୍ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କଙ୍କୁ ଟିକା ଦିଆଯିବ ।

Leave a Reply

Your email address will not be published. Required fields are marked *