ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ, ଦିଦି କହିଲେ- କିଛି ଲୋକ ମୋତେ ଧକ୍କା ମାରି ତଳେ ପକାଇଦେଲେ

କୋଲକାତା:-ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି। ଏହା ସହ କହିଛନ୍ତି କିଛି ଅଜଣା ଲୋକ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିବାରୁ ତାଙ୍କ ପାଦ, ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି।

ନାମାଙ୍କନ ଦାଖଲ କରିବା ପରେ ସେ ଲଗାତାର ମନ୍ଦିର  ଯିବା ସହ ଲୋକଙ୍କ ସହ ମିଶୁଛନ୍ତି । ଏହି ସମୟରେ ଭିଡ଼ ଭିତରେ ତାଙ୍କ ପାଦରେ ଆଘାତ ଲାଗିଛି । କିନ୍ତୁ ଏହାକୁ ନେଇ ମମତା ଅଭିଯୋଗ କରିଛନ୍ତି, ‘ କିଛି ଲୋକ ଯାହାଙ୍କୁ ମୁଁ ଜାଣିନାହିଁ , ମୋତେ ଧକ୍କା ମାରି ତଳେ ପକାଇଦେଲେ। ଏହା ଦ୍ବାରା ମୁଣ୍ଡ, ପାଦ ଏବଂ ହାତରେ ଆଘାତ ଲାଗିଛି। ବହୁତ କଷ୍ଟ ହେଉଛି। ଆଜି ରାତିରେ ନନ୍ଦିଗ୍ରାମରେ ରହିଯିବି ଭାବୁଛି। ଚିକତ୍ସା ପାଇଁ କୋଲକାତା ଫେରିଯିବାକୁ ହେବ। ’ ଏହାସହ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ କିମ୍ବା ଏସପି ଉପସ୍ଥିତ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ମମତା।

ସେପଟେ ଟିଏମସି ପକ୍ଷରୁ ଏହାକୁ ଏକ ଆକ୍ରମଣ ବୋଲି କହିବା ସହ ୪-୫ ଜଣ ଏମିତି କରିଥିବା କହିଛି। ପାର୍ଟି ପକ୍ଷରୁ ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *