ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବଡଭାଇଙ୍କ ଦେହାନ୍ତ

ନୂଆଦିଲ୍ଲୀ :-ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବଡ ଭାଇ ମହମ୍ମଦ ମୁଥୁ ମୀରା ଲିବ୍ବେଇ ମରେକୟରଙ୍କର ଦେହାନ୍ତ ହୋଇଛି । ତାମିଲନାଡୁର ରାମେଶ୍ବରମରେ ନିଜ ବାସଭବନରେ ୧୦୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମହମ୍ମଦ ମୁଥୁ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ରବିବାର ସନ୍ଧ୍ୟା ୭ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କାଲାମ ଦେହାନ୍ତ ହୋଇଥିଲା । ଅବଦୁଲ କାଲାମଙ୍କ ପିତା ଜଣେ ନାବିକ ଥିଲେ । ଡକ୍ଟର ଏପିଜେ ଅବଦୁଲ କାଲାମ ଓ ମହମ୍ମଦ ମୁଥୁଙ୍କ ସମେତ ୫ ଭାଇ ଏବଂ ୫ ଭଉଣୀଙ୍କ ପିଲାଦିନ ବହୁ କଷ୍ଟରେ ବିତିଥିଲା ।

Leave a Reply

Your email address will not be published. Required fields are marked *