ରାଜଧାନୀରେ ପୁଣି ମାତିଲେ ଲୁଟେରା

ଭୁବନେଶ୍ୱର:-ରାଜଧାନୀରେ ପୁଣି ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ।  ଘଟଣା ଘଟିଛି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ। ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଅନୁସୟା ବେହେରା। ଆଜି ସକାଳୁ ସେ ଘର ବାହାରେ ଫୁଲ ତୋଳୁ ଥିବା ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି ।ଲୁଟ୍‌ର ସମ୍ପୂର୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି । ଦୁଇ ଜଣ ଲୁଟେରା ବାଇକରେ ମହିଳା ଜଣଙ୍କୁ ଅନୁସରଣ କରି ଆସିଛନ୍ତି। ଏହାପରେ ସେମାନଙ୍କ ମଧ୍ୟରୁ  ଜଣେ ବାଇକରୁ ଓହ୍ଲାଇ ମହିଳାଙ୍କୁ ଆକ୍ରମଣ କରି ଲୁଟି ନେଇଥିବାର ଚିତ୍ର ସିସିଟିଭିରେ ଦେଖିବାକୁ ମିଳିଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *