ଟାୱାର ବସାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌

ନୂଆପଡ଼ା;-ମୋବାଇଲ ଟାୱାର ବସାଇବା ନାଁରେ ଜମି ମାଲିକଙ୍କଠାରୁ  ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଲୁଟର ଶିକାର ହୋଇଛନ୍ତି ନୂଆପଡା କୋମନା ଥାନା  ଖମାବହି ଗାଁର ସୁବାଷ ଥାପା। ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ନିଜକୁ ରିଲାଏନ୍ସ ଜିଓ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ଜମିରେ ମୋବାଇଲ ଟାୱାର ବସାଇବାପାଇଁ କହିଥିଲେ । ଏଥିପାଇଁ ତାଙ୍କୁ ମାସକୁ ୫ରୁ୭ ହଜାର ମିଳିବ ବୋଲି କହିଥିଲେ । ତେବେ ଏଥିପାଇଁ ଡକ୍ୟୁମେଣ୍ଟ ସହ ୫ ହଜାର ଦାଖଲ କରିବାକୁ ପଡିବ ବୋଲି କହିଥିଲେ । ପରେ ବିଭିନ୍ନ ସର୍ତ୍ତର ଆଳ କରି ତାଙ୍କଠୁ ପରବର୍ତ୍ତୀ ସମୟରେ ମୋଟ ୧ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ଅଜଣା ଫୋନ କଲକୁ ବିଶ୍ୱାସକୁ ନନେବା ପାଇଁ କହିଛନ୍ତି ନୂଆପଡା ଏସପି ।

Leave a Reply

Your email address will not be published. Required fields are marked *