ସବ୍ ରେଜିଷ୍ଟ୍ରାର ଅଫିସରେ ତାଲା ପକାଇଲେ ଓକିଲ

ଭୁବନେଶ୍ୱର:- ଖୋର୍ଦ୍ଧା-ଭୁବନେଶ୍ୱର ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ବା ସବ୍ ରେଜିଷ୍ଟ୍ରାର ଅଫିରେ ତାଲା । କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ଭୁବନେଶ୍ୱର ବାର ଆସୋସିଏସନର ଓକିଲମାନେ ।

ଓକିଲମାନେ କହିଛନ୍ତି ଯେ, ଜଣେ ଜମି ମାଲିକ ଚାହିଁଲେ ତାଙ୍କ ଜମିର କିଛି ଅଂଶ ବା ସବ୍ ପ୍ଲଟକୁ ବିକ୍ରି କରିପାରିବେ ନାହିଁ । ଯଦି ବିକ୍ରି କରିବେ ପୁରା ଜମିକୁ ବିକ୍ରି କରିବେ।  ଏହି ନିୟମ ବିଡ଼ିଏ ଜାରି କରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି ।  ବିଲଡରଙ୍କ ପ୍ରଭାବରେ ବିଡ଼ିଏ ଏହି ନିୟମ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ନିୟମରେ ପରିବର୍ତ୍ତନ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଓକିଲ ସଙ୍ଘ କହିଛି ।

Leave a Reply

Your email address will not be published. Required fields are marked *