ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଡାକ୍ତର,

ସମ୍ବଲପୁର:-ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ରୋଗୀଙ୍କଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡିଲେ ଡା. ବିପିନ ବିହାରୀ ସାହୁ । ହାଇଡ୍ରୋସିଲ ଅପରେସନ ଓ ଡିସଚାର୍ଜ କରାଇବା ପାଇଁ ନେଉଥିଲେ ଟଙ୍କା ।ସୂଚନାଯୋଗ୍ୟ ଯେ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ  ଜଣେ ରୋଗୀ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପରିବାର ଲୋକ ଭିଜିଲାନ୍ସ ନିକଟରେ ଅଭିଯୋଗ କଲା ପରେ ଭିଜିଲାନ୍ସ ତାଙ୍କୁ ଟଙ୍କା ନେଉଥିବା ସମୟରେ ଧରିଛି ।  ସେପଟେ ଟଙ୍କା ମାଗିନଥିବା ଡାକ୍ତର କହିଛନ୍ତି । ଡିସଚାର୍ଜ ହେବା ସମୟରେ ସେ ଜବରଦସ୍ତି ପଇସା ଆଣିକି ରଖିଦେଇଥିବା ଡାକ୍ତର କହିଛନ୍ତି ।

Leave a Reply

Your email address will not be published. Required fields are marked *