ରାଜଧାନୀରେ ଲୁଟ୍‌ର ନୂଆ ଫଣ୍ଡା, ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର

ଭୁବନେଶ୍ୱର: ରାଜଧାନୀରେ ଲୁଟର ନୂଆ ଫଣ୍ଡା। ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର। ସହରର ଗଳିକନ୍ଦିରେ ଲୁଚିଛପି ନୁହେଁ, ଆଖି ଆଗରେ କରୁଛି ଲୁଟ୍। ଓଏଲଏକ୍ସରୁ ଆଡ୍ ଦେଖି ଖୋଜୁଥିଲା ଶିକାର। ବିଶ୍ବାସ ଜନ୍ମେଇବା ପାଇଁ ଦେଉଥିଲା ଆଡଭାନ୍ସ । ଟେଷ୍ଟ ଡ୍ରାଇଭ ନାଁରେ ଏଇ ଆସୁଛି କହି ମାରୁଥିଲା ଛୁ। ଏଭଳି ଏକ ଧୁର୍ତ୍ତ ଠକକୁ ବାନ୍ଧିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କାଡ।

ଟିକେ ଭଲ କରି ଚିହ୍ନି ରଖନ୍ତୁ ଏ ଠକର ଚେହେରାକୁ।  ଜିତୁ ଓରଫ ଅମିତ ପାତ୍ର। ଘର ଗଞ୍ଜାମ ଜିଲ୍ଲା, ଭଞ୍ଜନଗର। ଭୁବନେଶ୍ବରରେ ଓଏଲଏକ୍ସରେ ବାଇକ ବିକ୍ରି କରିବା ପାଇଁ ଆଡ ଦେଉଥିବା ଲୋକଙ୍କୁ ଯୋଗାଯୋଗ କରୁଥିଲା ଅମିତ। ଗାଡିର ରେଟ ଓ କଣ୍ଡିସନ ଦେଖିବା ପରେ ଗାଡ଼ି ମାଲିକକୁ ପସନ୍ଦ ହୋଇଛି କହି ଟେଷ୍ଟ ଡ୍ରାଇଭରେ ବାହାରି ଗାଏବ ହୋଇଯାଉଥିଲା ।

ପୋଲିସକୁ ଚକମା ଓ ଧର ନପଡିବା ଆଳରେ ଚୋରା ଗାଡି ଗୁଡିକୁ ଗାଁଗହଳିରେ ବିକ୍ରି କରୁଥିଲା। ୱାନ ମ୍ୟାନ ଆର୍ମି ଭଳି ଲୁଟ ଅପରେସନ କରୁଥିଲା ଅମିତ। ୫୦ ହଜାର ଗାଡ଼ିକୁ ୨୦ ହଜାର। ୩୦ ହଜାର ଗାଡିକୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ସ୍ପେଶାଲ ସ୍କାଡ ତଦନ୍ତ କରି ଅମିତକୁ ଗିରଫ କରିବା ସହ ୧୧ଟି ବାଇକ ଜବତ କରିଛି। ଏ ହେଉଛନ୍ତି ଭୁବନେଶ୍ବରର ଜଣେ ଅଭିଯୋଗକାରିଣୀ । ଅମିତକୁ ଦେଖୁ ଦେଖୁ ଚିହ୍ନିଥିଲେ, କହିଥିଲେ ଏ ସେହି ଲୁଟେରା । କେମିତି ଓ କେଉଁ ଉପାୟରେ ଲୋକଙ୍କ ଠାରୁ ଲୁଟିଥିଲା କଣ କହୁଛନ୍ତି ଶୁଣନ୍ତୁ ।

ପୂର୍ବରୁ ୨୦୧୯ରେ ଗାଡ଼ି ଚୋରି କରିବା ଘଟଣାରେ  ଗିରଫ ହୋଇଥିଲା ଅମିତ୍  । ଜେଲରୁ ଫେରିବା ପରେ ପୁଣି ଗାଡ଼ି ଚୋରି କରିବା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ ।

Leave a Reply

Your email address will not be published. Required fields are marked *