ବିବାହ ବନ୍ଧନରେ ବାନ୍ଧି ହେଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେଲେ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସବ୍ୟସାଚୀ ମିଶ୍ର। ପରିବାର ସଦସ୍ୟ ଓ ହାତଗଣତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଛନ୍ତି ଉଭୟ। ଓଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ପ୍ରିୟ ପ୍ରଶଂସକଙ୍କ ନିକଟରୁ ଉଭୟଙ୍କ ବିବାହକୁ ନେଇ ଛୁଟିଛି ଶୁଭେଚ୍ଛାର ସୁଅ। ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମାରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର। ତେବେ ଦୁହିଁଙ୍କ ବିବାହକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବେଶ ଉତ୍ସାହ।

Leave a Reply

Your email address will not be published. Required fields are marked *