ମା’କୁ ହତ୍ୟା କରି ଜେଲରେ ପୁଅ,

ସୋର:-ବାପା ମା’ ପୁଅ ଜନ୍ମ କରିଥାନ୍ତି ବୃଦ୍ଧ କାଳରେ ବାପାମାଙ୍କ ସେବାକରିବ। ମୃତ୍ୟୁ ପରେ ପିଣ୍ଡ ଦେବ । ହେଲେ ସେହି ପୁଅ ଯେବେ ମା’ର ହତ୍ୟାକାରୀ ସାଜେ ସେଠି ସମ୍ପର୍କର ମୂଲ୍ୟହୀନ ହୋଇଯାଏ। ଆଉ ସ୍ତ୍ରୀର  ଶୁଦ୍ଧିକ୍ରିୟା ପାଇଁ ସ୍ୱାମୀକୁ ବାର ଦୁଆର ଭିକ ମାଗିବାକୁ ପଡ଼େ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି  ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ।ଗତ ୧୭ ତାରିଖ ଦିନ  ରଘୁନାଥ ଶିଅଳଙ୍କର ୨ ପୁଅ ମଧ୍ୟରୁ ସାନ ପୁଅ ମଦ ପିଇବା ପାଇଁ ମା କୁ ହତ୍ୟା କରି ଏବେ ଜେଲରେ । ବଡ଼ ପୁଅ ମା ଶୁଦ୍ଧିକ୍ରିୟା ପାଇଁ ନଆସିବା ଓ ଫୋନ ନ ଉଠାଇବା ୭୦ ବର୍ଷ ର ବାପା କୁ ଭାରାକ୍ରାନ୍ତ କରିଦେଇଛି । ଶେଷରେ ସ୍ତ୍ରୀର ଶୁଦ୍ଧିକ୍ରିୟା ପାଇଁ ୭୦ ବର୍ଷର ସ୍ୱାମୀ  ରଘୁନାଥ ଘର ଘର ବୋଲି ଭିକ୍ଷା କରିଛନ୍ତି। ଏଭଳି ଘଟଣା ଗାଁ ଲୋକ ମାନଙ୍କୁ ବିଚଳିତ କରିଦେଇଛି।ରଘୁନାଥଙ୍କ ସାନ ପୁଅ ସବୁ ଦିନ ମଦ ପିଇ ଘରକୁ ଆସନ୍ତି । ବାରମ୍ବାର ନିଶାଶକ୍ତ ଅବସ୍ଥାରେ ଘରକୁ ଫେରୁଥିବାର ପରିବାର ଲୋକେ ଆକଟ କରିଥିଲେ। ହେଲେ ଗତ ୧୮ ତାରିଖ ରାତିରେ ମଦ ପିଇ ମା ସହ ଯୁକ୍ତିତର୍କ କରିଥିଲା ସାନ ପୁଅ। ପରେ ସେ ହିତାହିତ ଜ୍ଞାନ ଭୁଲି ଯାଇ ସମସ୍ତଙ୍କୁ ଠେଙ୍ଗା ଓ କଟୁରୀରେ ଆକ୍ରମଣ କରିଥିଲା । ଆଉ ଏଥିରେ ମାର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *