ମେଡିକାଲରେ ଫାଟିଲା ମୋବାଇଲ୍

କେନ୍ଦୁଝର :-ମେଡିକାଲ୍‌ରେ ରୋଗୀଙ୍କ ମୁଣ୍ଡ ପାଖରେ ଫାଟିଲା ମୋବାଇଲ। ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ସମ୍ପର୍କୀୟ। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି।ମନୋରମା ସାହୁଙ୍କ ଟ୍ୟୁମର ହୋଇଥିଲା। ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅପରେସନ୍‌ ହୋଇଥିଲା। ପରରେସନ୍‌ ପରେ ତାଙ୍କୁ ୱାର୍ଡରେ ରଖାଯାଇଥିଲେ। ତାଙ୍କ ପାଖରେ ଝିଅ ଲିଲିଳତା ସାହୁ ଥିଲେ। ଲିଲି ତାଙ୍କ ମାଆଙ୍କ ମୁଣ୍ଡ ପାଖରେ ଏକ ବ୍ୟାଗରେ ନିଜର ମୋବାଇଲ ରଖିଥିଲେ।ବ୍ୟାଗରେ ଥିବା ବେଳେ ହଠାତ୍‌  ମୋବାଇଲଟି ଫାଟି ଯାଇଥିଲା। ପରେ ମୋବାଇଲଟି ନିଆଁ ଜଳିଯାଇଥିଲା। ଏହା ଲିଲି ମୋବାଇଲ୍‌ ଥିବା ବ୍ୟାଗଟିକୁ ବାଥ୍‌ରୁମକୁ ଫିଙ୍ଗି ଦେଇଥିଲେ। ଲିଲିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି। ମୋବାଇଲ ଫାଟିବା ପରେ କିଛି ସମୟ ପାଇଁ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା

Leave a Reply

Your email address will not be published. Required fields are marked *