ତୈଳ ଦର ବୃଦ୍ଧି ନେଇ ବିଜେଡି- ବିଜେପି-କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ

ଭୁବନେଶ୍ଵର :– ପେଟ୍ରୋଲ- ଡିଜେଲ ଦର ବୃଦ୍ଧି ନେଇ ରାଜରାସ୍ତାରୁ ବିଧାନସଭା ସବୁଠି ହାଲ୍ଲା ବୋଲ। ତୈଳ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ୍ କରିଛି। ଆଜି ବିଧାନସଭାରେ  ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରିବାକୁ ଯୋଜନା ତ ପ୍ରସ୍ତୁତ କରିଥିଲା କଂଗ୍ରେସ ,କିନ୍ତୁ ବିଧାନସଭାକୁ ଦଳର ବିଧାୟକ ମାନେ ସାଇକେଲରେ ଆସି  ତାର ଏକ ନିଆରା ପ୍ରତିବାଦ କରିଥିଲେ।

ସାଢେ ଦଶଟାରେ ବିଧାନ ସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ତାରା ବାହିନି ପତି , ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସାଇକେଲ ଆସି ତୈଳ ଦର ବିରୁଦ୍ଧରେ ପ୍ରତିବାଦ ଜଣାଇଥିଲେ। ମୁଲତବି ପ୍ରସ୍ତାବ ଆଲୋଚନାରେ କଗେଂସ ଯୁକ୍ତି ବାଢିଥିଲା କେନ୍ଦ୍ରରେ ଉପା ସରକାର ଥିବାବେଳେ ତୈଳ ଦର କମ ଥିଲା। ହେଲେ ମୋଦୀ ସରକାରଙ୍କ ସମୟରେ ଦର ବଢି ଚାଲିଛି। ଏପରିକି କୋଭିଡ୍ ସମୟରେ ବି  ପେଟ୍ରୋଲ-ଡିଜେଲ ବଢାଇଛନ୍ତି କେନ୍ଦ୍ର  ସରକାର ।

ଏବେ ଗ୍ୟାସ ଦର ୮ ଶହ ଟଙ୍କା ଛୁଇଁଲାଣି ସେତେବେଳେ ବିଜେପି -ବିଜେଡି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିଲେ ।ଏବେ ବିଜେଡି କିନ୍ତୁ ଚୁପ୍। ଏବେ ଡିଜେଲ ଓ ପେଟ୍ରୋଲ ଉପରୁ କେନ୍ଦ୍ର ସରକାର ଉତ୍ସାଦନ ଶୁଳ୍ମ ଓ ରାଜ୍ୟ ସରକାର ଭାଟ ପ୍ରତିହାର କରିବାକୁ ଦାବି କରିଛି କଗେଂସ। ବିଜେପିର ଯୁକ୍ତି ଯେ ଏବେ  ବି ଭାରତରେ ତୈଳ ଦର ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ ଦେଶ ଠାରୁ କମ ରହିଛି ।

କୋଭିଡ ଓ ଅନ୍ୟାନ୍ୟ ଗରୀବ କଲ୍ୟାଣ ଯୋଜନା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା କେଉଁଠୁ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅର୍ଥ ମନ୍ତ୍ରୀ ନିରଞନ ପୂଜାରୀ କହିଛନ୍ତି କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ପାଇଁ କେନ୍ଦ୍ର ସରକାର ଯେଉଁ ୧୮ ପ୍ରତିଶତ ସେସ୍ ଆଦାୟ କରୁଛନ୍ତି ତାହାଛାଡ ହେଲେ ତୈଳ ଦର  ହ୍ରାସ ପାଇବ।  ଆଜି ଭୁବନେଶ୍ଵରରେ ପେଟୋଲ ଦର ଲିଟର ପିଛା ୯୧.୭୦ ପଇସା ଥିବାବେଳେ ଡିଜେଲ ଦର ୮୮.୨୪ ପଇସା ରହିଛି ।

Leave a Reply

Your email address will not be published. Required fields are marked *