କୋଭିଡରେ ମୁକାବିଲାରେ ଓଡିଶାକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଧାନସଭାରେ ବଜେଟ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କିଛି ସମୟ ପରେ ୨୦୨୧-୨୨ ଅର୍ଥିକ ବର୍ଷର ବଜେଟ ଅର୍ଥ ଆଗତ କରିବେ ଅର୍ଥମନ୍ତ୍ରୀ । ରାଜ୍ୟରେ ବିକାଶ କାର୍ଯ୍ୟ ଗତ ବର୍ଷ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରମୁଖ କାରଣ ହେଉଛି କଭିଡ୧୯ । ସମସ୍ତ ବାଧାବିଘ୍ନ ସ୍ବତେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ ବିକାଶ ପକ୍ରିୟା ପୁନର୍ବାର ତ୍ବରାନିତ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସେହିପରି ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରୟାସ ଯୋଗୁଁ କୋଭିଡ ମହାମାରୀରେ ଓଡିଶା ସଫଳ ହୋଇଛି । ରାଜ୍ୟ ସରକାର ଏହାର ସଫଳ ମୁକାବିଲା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନିଷ୍ପତି ଯୋଗୁଁ ଆମ ରାଜ୍ୟ କୋଭିଡରେ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ବଂର ମୁକାବିଲା କରିବାରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଯେଉଁଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓଡିଶାକୁ ପ୍ରଶଂସା କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Leave a Reply

Your email address will not be published. Required fields are marked *