୫ କେଜି ଚାଉଳ ପାଇଁ ବିଡିଓଙ୍କ ଗୋଡ଼ ତଳେ ପଡ଼ିଲେ ବୃଦ୍ଧା

ଯାଜପୁର଼: ନିଜ ହକ୍‌ରୁ ବଞ୍ଚିତ ଜଣେ ବୃଦ୍ଧା ଗୁହାରି ଜଣାଇବାକୁ ଆସି ବିଡିଓଙ୍କ ଗୋଡ଼ ତଳେ ପଡ଼ିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାଜପୁର ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଗତ ସୋମବାର ଦିନ ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ବୃଦ୍ଧା ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ। ହେଲେ ଡିଲର ତାଙ୍କ କୋଟାରୁ ୫ କେଜି ଚାଉଳ କମ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡିଲର ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସେ ମଙ୍ଗଳବାର ଦିନ ବରୀ ବିଡିଓଙ୍କ ନିକଟକୁ ଗୁହାରି ଜଣାଇବାକୁ ଆସିଥିଲେ। ଆଉ ତାଙ୍କୁ ନ୍ୟାୟ ଦେବା ପାଇଁ ଶତାଧିକ ଲୋକଙ୍କ ସାମ୍ନାରେ ସେ ବିଡିଓଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ।

Leave a Reply

Your email address will not be published. Required fields are marked *