କଇଁ ଫୁଲରେ ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର

ଟାଙ୍ଗି: ବନ୍ୟପ୍ରାଣୀ ବିଭାଗର ତମାମ୍ ପଦକ୍ଷେପ ସତ୍ତ୍ୱେ ଚିଲିକାରେ ଥମୁନି ପକ୍ଷୀ ଶିକାର । କଟକଣା ସତ୍ତ୍ୱେ ମାତିଛନ୍ତି ଶିକାରୀ, ମାରୁଛନ୍ତି ପକ୍ଷୀ । କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି । ତା’ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ୍, କଇଁ ଫୁଲ ଜବତ କରାଯାଇଛି ।ଗିରଫ ଅଭିଯୁକ୍ତ ସର୍ବେଶ୍ୱର ପ୍ରଧାନ, ଘର ଟାଙ୍ଗୀ ଥାନା କାଟିଲା ଗୋଠ କଲୋନୀରେ । ସର୍ବେଶ୍ୱର ଦୀର୍ଘ ଦିନ ଧରି ଚିଲିକାରେ ପକ୍ଷୀ ଶିକାର କରି ଆସୁଥିଲା । ସେ କଇଁ ଫୁଲ ନାଡ଼ରେ ଫୁରାଡନ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସର୍ବେଶ୍ୱରକୁ ଧରିବା ଲାଗି ବନ ବିଭାଗ କର୍ମଚାରୀ ଚିଲିକା କୂଳରେ ପ୍ରାୟ ୨ କିଲୋମିଟର ପିଛା କରିଥିବା ଫରେଷ୍ଟର ରାଧାକାନ୍ତ ହୋତା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *