ନାଳରୁ ମିଳୁଛି ଗୋଟିଏ ପରେ ଗୋଟିଏ ଘୁଷୁରୀ ମୃତଦେହ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ । ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀର ମୃତଦେହ ଜବତ କରାଯାଇଛି । ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି । ତେବେ, କେଉଁ କାରଣରୁ ହଠାତ୍ ଏକାଧିକ ଘୁଷୁରୀଙ୍କ ମୃତ୍ୟୁ ହେଉଛି ତାହା ଜଣାପଡ଼ିନାହିଁ ।ଜନବସତି ମଧ୍ୟରେ ଥିବା ନାଳ ନର୍ଦ୍ଦମାରୁ ଘୁଷୁରୀର ମୃତଦେହ ମିଳୁଛି । ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏନେଇ ସଫେଇ କର୍ମଚାରୀ ଓ ପୂର୍ବତନ କର୍ପୋରେଟର ବ୍ରହ୍ମପୁର ମହାନଗର ନିଗମକୁ ଜଣାଇଛନ୍ତି । ପଶୁ ଚିକିତ୍ସାକାରୀ ଦଳ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।ବ୍ରହ୍ମପୁର ମହାନଗର ନିଗମର ବିଶେଷ କରି ୪, ୨୦ ଓ ୨୧ ନମ୍ବର ୱାର୍ଡରେ ଘୁଷୁରୀ ମରି ପଡ଼ୁଥିବାର ଦେଖାଯାଉଛି । ଏଭଳି ଘୁଷୁରୀ ମଡ଼କ ୮ ଦିନ ହେଲା ଜାରି ରହିଛି । ୮ ଦିନ ମଧ୍ୟରେ ଶତାଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *