ରାଜଧାନୀରେ ଯୁବତୀଙ୍କୁ ଲୁଟ୍,
ଭୁବନେଶ୍ୱର:- ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କଠାରୁ ଲୁଟ୍ ହୋଇଛି। ସହିଦନଗର ଫ୍ଲାଏଓଭର ଉପରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ସହ ଯୁବତୀଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି ଲୁଟ୍ କରିଥିବା ଯୁବତୀ ଜଣକ କହିଛନ୍ତି ଏନେଇ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟର ଶିକାର ଯୁବତୀ ରାଜଧାନୀର ଏକ ହୋଟେଲରେ ସେଲ୍ସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।










