ପିକ୍‌ନିକ୍‌ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ,

ରାଞ୍ଚି:-ପିକନିକ୍‌ ଯାଇଥିବା ଯୁବତୀଙ୍କ ସହ ଗଣଦୁଷ୍କର୍ମ। ୨୨ ଜଣ ମିଶି ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ୧୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେପଟେ ଏସ୍‌ପି ଏବଂ ଡିଏସପି ମଧ୍ୟ ମାମଲା ଉପରେ ନଜର ରଖିଛନ୍ତି।

ଏଭଳି ଏକ ଅମାନୁଷିକ ଘଟଣା ଝାଡ଼ଖଣ୍ଡର ଜାମସେଦପୁରରେ ଥିବା ପରସୁଡୀୟ ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ସେ ପିକ୍‌ନିକ୍‌ ପାଇଁ ଯାଇଥିଲେ। ତାଙ୍କ ସହ ଆହୁରି ୧୦୦ ଲୋକ ମଧ୍ୟ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଚାନ୍ଦିନଚୌକ ଅଞ୍ଚଳରେ ରହୁଥିବା ୨୨ ଯୁବକଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ।

ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ଜାମସେଦପୁର ପୋଲିସ ୧୭ ଜଣଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୀଡ଼ିତାଙ୍କୁ ଏମଜିଏମ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପଟେ ଅଭିଯୁକ୍ତଙ୍କ ପରିଜନ ଯୁବତୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଯୁବକମାନଙ୍କ ଗିରଫକୁ ସେମାନେ ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *