ଝରାଫୁଲ ମୃତ୍ୟୁ ମାମଲା, ଖୋଲିବ ହେଷ୍ଟହାଉସ ରହସ୍ୟ, ଗେଷ୍ଟ ହାଉସ୍‌ରେ କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌

ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ମାମଲା । ଖୁବ୍‌ଶୀଘ୍ର ଖୋଲିବ ହେଷ୍ଟହାଉସ ରହସ୍ୟ ।  ବୁଧବାର ବୟଫ୍ରେଣ୍ଡ ରାକେଶକୁ ନେଇ ଗେଷ୍ଟ ହାଉସ୍‌ରେ ପହଞ୍ଚିଛି ପୋଲିସ । ସେଠାରେ କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌ କରିବା ସହ ରାତିରେ କ’ଣ ସବୁ ଘଟିଥିଲା ସେନେଇ ଟିକିନିଖି କରି ତଦନ୍ତ କରୁଛି ପୋଲିସ ।

କାହିଁକି ଝରାଫୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ? ସେ କ’ଣ ଖାଇଥିଲେ ? ଯଦି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା ତାଙ୍କୁ ମେଡିକାଲ କାହିଁକି ନିଆଗଲା ନାହିଁ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ରାକେଶକୁ ତିନି ଦିନିଆ ରିମାଣ୍ଡରେ ନେବା ପରେ ସବୁ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ରିମାଣ୍ଡର ପ୍ରଥମ ଦିନରେ ଝରାଫୁଲଙ୍କ ବାପା, ଭାଇ ଓ ରାକେଶକୁ ମୁହାଁମୁହିଁ ଜେରା କରାଯାଇଛି । ଯାଜପୁର ରାଜେନ୍ଦ୍ରପୁରର କ୍ରାଇମ ସ୍ପଟରେ ଝରାଫୁଲଙ୍କ ମୃତଦେହ ଫୋପାଡିବାର ମଧ୍ୟ ଡେମୋ ଦେଖାଇଛି ରାକେଶ । ଏବେ ରାକେଶର ସହଯୋଗୀ ଶେଖର ଫେରାର ଥିବା ବେଳେ, ଏଯାଏଁ ବ୍ୟବହୃତ ସ୍କୁଟି ଜବତ କରିପାରିନି ପୋଲିସ । ଆଶା ୩ ଦିନିଆ ରିମାଣ୍ଡରେ ପୋଲିସକୁ ଝରାଫୁଲ ମୃତ୍ୟୁର ଅସଲ କାରଣ ଜଣାପଡିବ ।

ଝରାଫୁଲ ମୃତ୍ୟୁ ମାମଲାରେ କୁଆଖିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଜାରି ରଖିଛି ଖୋଳତାଡ଼ । ମୃତଦେହ ମିଳିଥିବା ଅଞ୍ଚଳର ସିସିଟିଭି ଫୁଟେଜ୍ ସହ ଗେଷ୍ଟହାଉସ, ରେସ୍ତୋଁରା ଏବଂ ଆଉ କିଛି ସ୍ଥାନର ସିସିଟିଭି ଫୁଟେଜକୁ ଧରି ପ୍ରମାଣ ଯୋଗାଡ଼ କରୁଛି ପୁଲିସ।  ଗତକାଲି ଗେଷ୍ଟହାଉସର ୩ ଜଣ କର୍ମଚାରୀଙ୍କୁ ଯାଜପୁର ପୁଲିସ ପଚରାଉଚରା କରି ଛାଡ଼ିଥିଲା। ଅଧିକ ତଥ୍ୟ ପାଇଁ ଝରାଫୁଲଙ୍କ ବାପାଙ୍କୁ ବି ଡକାଇଥିଲା ପୁଲିସ । ହେଲେ ରାକେଶ ସହ ମୃତଦେହ ନେଇ ସ୍କୁଟିରେ ଯାଇଥିବା ସହଯୋଗୀ ଗଲା କୁଆଡ଼େ? କଣ ରହିଛି ତାର ସଂପୃକ୍ତି ? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଝରାଫୁଲଙ୍କୁ ଝୁରୁଛି ମୟୁରଭଞ୍ଜର ବୃନ୍ଦାଦେଇପଶି ଗାଁ । ବୟଫ୍ରେଣ୍ଡ ରାକେଶର ରିମାଣ୍ଡ ଆସନ୍ତାକାଲି ସରୁଛି । ଏହାପରେ ପୁଲିସ କଣ ଖୁଲାସା କରୁଛି ତାକୁ ସମସ୍ତଙ୍କ ଅପେକ୍ଷା।

Leave a Reply

Your email address will not be published. Required fields are marked *