ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି

ଭୁବନେଶ୍ୱର: ଭିକାରୀ ମୁକ୍ତ ହେବ ସ୍ମାର୍ଟସିଟି । ଏଥିପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରାଯିବା ସହ ସେମାନଙ୍କୁ ଥଇଥାନ କରାଯିବ । ପରେ ସେମାନଙ୍କ ଦକ୍ଷତାକୁ ଆଧାର କରି ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯିବ ।ରାଜଧାନୀକୁ ଭିକାରୀମୁକ୍ତ କରିବା ନିଷ୍ପତି ଉପରେ ଲାଗିଛି ସରକାରୀ ମୋହର । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କିମ୍ ଘୋଷଣା ହୋଇଛି । ବିଏମସିର ୩ଟି ଜୋନରେ ନିର୍ମାଣ ହେବ ୧୦୦ଶଯ୍ୟା ବିଶିଷ୍ଟ ୩ଟି ସ୍ବତନ୍ତ୍ର ଆଶ୍ରୟସ୍ଥଳୀ । ଯାହା କେବଳ ଭିକ୍ଷୁକଙ୍କ ପାଇଁ ଉଦ୍ଧିଷ୍ଟ । ଭିକ୍ଷୁକଙ୍କୁ ଥଇଥାନ ସହିତ ସେମାନଙ୍କ ଦକ୍ଷତାକୁ ଭିତ୍ତି କରି ଦିଆଯିବ ବୈଶୟିକ ତାଲିମ୍ । ଏଥିପାଇଁ ପ୍ରେତ୍ୟକ ଭିକ୍ଷୁକଙ୍କ ପାଇଁ ମାସିକ ୩ହଜାର ୪ଶହ୩ଟଙ୍କା ଖର୍ଚ୍ଚ କରାଯିବ । ସେପଟେ ବିଏମସି ପକ୍ଷରୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଉପରେ ଲଗାଯାଇଛି କଟକଣା । ସରକାରଙ୍କ ନିଷ୍ପତି ଓ ବିଏମସିର ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବେଚ୍ଛାସେବୀ ।ବିଏମସିର ପଦକ୍ଷେପ ଜରିଆରେ ଭିକ୍ଷୁକଙ୍କୁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରିବା ନିଷ୍ପତି ସେମାନଙ୍କୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପତିତ ଉଦ୍ଧାର ସମିତି ସଂଯୋଜିକା । ସେପଟେ ବିଏମ୍ସିର ଏହି ପଦକ୍ଷେପ ଫଳରେ ନିରାଶ୍ରୟଙ୍କୁ ଆଶ୍ରୟ ସହିତ ମାଗଣରେ ଖାଦ୍ୟ ଉପଲବ୍ଧ ହେଉଥିଲା । ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ବତନ୍ତ୍ର ତାଲିମ୍ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ସହମତି ପ୍ରକାଶ କରିଛନ୍ତି ଥଇଥାନ ହୋଇଥିବା ଭିକ୍ଷୁକ ।ବିଏମସିର ପଦକ୍ଷେପ ଜରିଆରେ ଭିକ୍ଷୁକଙ୍କୁ ସ୍ବତନ୍ତ୍ର ତାଲିମ୍ ପ୍ରଦାନ କରିବା ନିଷ୍ପତି ସେମାନଙ୍କୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପତିତ ଉଦ୍ଧାର ସମିତି ସଂଯୋଜିକା । ସେପଟେ ବିଏମ୍ସିର ଏହି ପଦକ୍ଷେପ ଫଳରେ ନିରାଶ୍ରୟଙ୍କୁ ଆଶ୍ରୟ ସହିତ ମାଗଣରେ ଖାଦ୍ୟ ଉପଲବ୍ଧ ହେଉଥିଲା । ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ବତନ୍ତ୍ର ତାଲିମ୍ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ସହମତି ପ୍ରକାଶ କରିଛନ୍ତି ଥଇଥାନ ହୋଇଥିବା ଭିକ୍ଷୁକ ।ଭୁବନେଶ୍ବରରେ ଭିକ୍ଷୁକଙ୍କ ପାଇଁ ନିର୍ମାଣ ହେବାକୁ ଥିବା ୩ଟି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ପୃଥକ୍ ପୃଥକ୍ ଭାବେ ମହିଳା ଓ ଶିଶୁ, ପୁରୁଷ ଏବଂ ଭିନ୍ନକ୍ଷମଙ୍କୁ ଥଇଥାନ କରାଯିବ।

Leave a Reply

Your email address will not be published. Required fields are marked *