ଝାରପଡ଼ା ଜେଲ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର:-ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ। ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଯିବାକୁ ପଡ଼ିଛି।ଗତ ୫ ଦିନ ଭିତରେ ସିବିଆଇ ଶୁଭ୍ରାଙ୍କଠୁ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ସଂପର୍କିତ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ରୋଜଭ୍ୟାଲି ଗ୍ରୁପ୍‌ରେ କେଉଁ ସବୁ କମ୍ପାନୀର ସେ ନିର୍ଦ୍ଦେଶକ ଥିଲେ? ଚିଟଫଣ୍ଡ ଟଙ୍କା ବାଟ ବାଟମାରଣାରେ କେମିତି ସଂପୃକ୍ତି ଥିଲେ? ଏମିତି ଅନେକ ପ୍ରଶ୍ନ ଗୋଡ଼ାଇତୋଡାଇ ଶୁଭ୍ରାଙ୍କୁ ସିବିଆଇ ପଚାରିଥିବା ଜଣାପଡ଼ିଛି।୧୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇର ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ଓ ଇଡି ପାଇଁ ଶୁଭ୍ରା ଓ୍ୱାଣ୍ଟେଡ ଥିଲେ। ଆଗକୁ ଶୁଭ୍ରାଙ୍କ ଲିଙ୍କରେ ସିବିଆଇ କବଜାରେ କିଏ ଆସୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *