ଚାଷୀଙ୍କ ପାଇଁ ବିଜେପିର ଲଢେଇ ଆରମ୍ଭ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ୨୦୨୨ ମସିହା ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣ କରିବାର ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଓଡିଶା ସରକାର ୨୦୨୨ ମସିହା ସୁଦ୍ଧା ତଳିତଳାନ୍ତ କରିଦେବାର ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଧାର୍ଯ୍ୟ ତାରିଖରୁ ମାସେ ବିଳମ୍ବରେ ମଣ୍ଡି ଖୋଲାଗଲା । ମାତ୍ର ରାଜ୍ୟ ସରକାର ଏବଂ ମିଲରଙ୍କ ଅସାଧୁ ମେଂଟ କାରଣରୁ ଚାଷୀ ତାର ଉପାର୍ଜିତ ଶସ୍ୟକୁ ଧାନ ମଣ୍ଡିରେ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି । ସେଂନ୍ଟ୍ରାଲାଇଜଡ୍ ଟୋକନ ଚାଷୀଙ୍କ ପାଖରେ ପହଂଚି ନପରିବାରୁ ଆଜି ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ରାଜ୍ୟ ସରକାର ଷଡଯନ୍ତ୍ର କରି ମଣ୍ଡିମାନଙ୍କରେ ଧାର୍ଯ୍ୟ ଟାର୍ଗେଟ ନିର୍ଦ୍ଧାରଣ କରିବାରେ ବିଫଳ ହେବା କାରଣରୁ ଓଡିଆ ଚାଷୀ ରାଜରାସ୍ତାରେ ଧାନ ପକାଇ ଅନାଥ ଭଳି ବସି ରହିଛି । ରାଜ୍ୟ ଚାଷୀକୁଳର ନାହିଁ ନଥିବା କଷ୍ଟକୁ ଉପଲବ୍ଧି କରି ଆଜି ସମ୍ବଲପୁରଠାରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇ ଆରଡିସି କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ସ୍ଥାନୀୟ ପୋଲିସ ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମର, ରାଜ୍ୟ ସଭାପତ ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ସାଂସଦ, ବିଧାୟକ ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ । ମାତ୍ର ରାତି ପାଇ ସାରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଆରଡିସି କିମ୍ବା ରାଜ୍ୟ ସରକାରଙ୍କ କୈାଣସି ଅଧିକୃତ ପ୍ରତିନିଧି ଆସି ଆଲୋଚନା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି । ରାଜ୍ୟ ସରକାର ସମ୍ବେଦନଶୀଳ ହୁଅନ୍ତୁ ଏବଂ ଗିରଫ ନେତୃବୃନ୍ଦଙ୍କ ସହ ଯଥାଶୀଘ୍ର ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ରାଜ୍ୟ ସରକାର ମଣ୍ଡିରେ ଗଦା ହୋଇ ରହିଥିବା ସମସ୍ତ ଧାନକୁ ତୁରନ୍ତ ଉଠାନ୍ତୁ । ନଚେତ୍ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟୀ ଯେଉଁ ଲଠେଇ ଆରମ୍ଭ କରିଛି, ତାକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେବାକୁ ପ୍ରସ୍ତୁତ ଅଛି । ଗିରଫ ହୋଇଥିବା ସମସ୍ତ ନେତୃବୃନ୍ଦ ସେହି ଥାନାରେ ବସି ରହି ଧାରଣା ଦେବେ ବୋଲି ହରିଚନ୍ଦନ କହିଛନ୍ତି । ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଆମେ ଅପେକ୍ଷା କରିବୁ । ନଚେତ ସମଗ୍ର ଓଡିଶାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆହୁରୀ ଅଧୀକ ତୀବ୍ରତର ହେବ ବୋଲି ହରିଚନ୍ଦନ କହିଛନ୍ତି । ଅନ୍ୟତମ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଉପସ୍ଥିତ ଥିଲୋ

Leave a Reply

Your email address will not be published. Required fields are marked *