ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଗିରଫ
ଭୁବନେଶ୍ୱର: ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇର ଆକ୍ସନ୍ । ଦୀର୍ଘଦିନ ନିରବତା ପରେ ପଞ୍ଛା ମାରିଛି ସିବିଆଇ । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି କୋଲକାତାରୁ ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି । ଆସନ୍ତାକାଲି ସିବିଆଇ ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିବ ବୋଲି ଜଣାପଡ଼ିଛି ।
ଦୀର୍ଘଦିନ ଧରି ସିବିଆଇରେ ରୋଜ୍ ଭ୍ୟାଲି ମାମଲା ଶିଥିଳ ଭାବେ ପଡ଼ି ରହିଥିଲା । ପୁଣି ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ ହୋଇ ଉଠିଥିବା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ରଜମାକାରୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଅନ୍ୟପଟେ ଭୟଭତୀ ହୋଇ ପଡ଼ଛନ୍ତି ସ୍କାମରେ ସମ୍ପୃକ୍ତ ପ୍ରଭାବଶାଳୀ ନେତା, ମନ୍ତ୍ରୀ । ଅଚାନକ ସିବିଆଇ କାହା ଉପରେ ମାଡ଼ି ବସିବ ତାକୁ ନେଇ ଏବେ ଠକଙ୍କ ଭିତରେ ଭାଳେଣି ପଡ଼ିଲାଣି । ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ଓଡ଼ିଶାରେ ପୌର ନିର୍ବାଚନ ରହିଛି । ତା’ ପୂର୍ବରୁ ସିବିଆଇ ସକ୍ରିୟ ହେବା ବିଜେପିର ରାଜନୀତିକ ଅଭିସନ୍ଧି ବୋଲି ଟିଏମସି ଅଭିଯୋଗ କରିଛି । ତେବେ, ଦେଖିବାର କଥା ଶୁଭ୍ରାଙ୍କ ଜେରା ପରେ ଠକେଇରେ ସମ୍ପୃକ୍ତ ଆଉ କାହାର ଟେର୍ ପାଇ ଧରୁଛି ସିବିଆଇ ।