nidhi_nationsbyte

ନିଧି ରାଜଦାନଙ୍କୁ ହାର୍ଭାର୍ଡ ଝଟକା, ଚାକିରି ନେଲା ସାଇବର ଫ୍ରଡ୍

ନୂଆଦିଲ୍ଲୀ: ଅନଲାଇନ୍ ଲୁଟ୍ କଥା ତ ଜାଣିଥିବେ । ତେବେ, କେବେ ଭାବିଛନ୍ତି କି ଅନଲାଇନ୍ ଫ୍ରଡ୍ ଯୋଗୁଁ ଚାକିରି ଚାଲିଯିବା କଥା । ତାହା ପୁଣି ଅଭିଜ୍ଞ, ଜଣାଶୁଣା ସାମ୍ବାଦିକଙ୍କ । ହଁ ଏମିତି କିଛି ଘଟିଛି ଏନଡିଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କ ସହିତ । ନିଧି ଏନଡିଟିଭି ସହ ବିଗତ ୨୧ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ୍ ମାସରେ ତାଙ୍କୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ଚାକିରି ମିଳିଥିବା ନେଇ ସେ ଟ୍ୱିଟ୍ କରିଥିଲେ । ଏଥିପାଇଁ ସେ ସାମ୍ବାଦିକତା ଛାଡ଼ୁଥିବା କହିଥିଲେ । ତେବେ, ୭ ମାସ ପରେ ସତ ଜଣାପଡ଼ିଛି । ନିଧି ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି- ତାଙ୍କୁ ଧୋକା ଦେଇଛନ୍ତି ସାଇବର ଠକ । ତାଙ୍କୁ ହାର୍ଭାର୍ଡ ପକ୍ଷରୁ କୌଣସି ଚାକିରି ଯଚା ଯାଇନଥିଲା । ନିଧି ଶୁକ୍ରବାର ଟ୍ୱିଟ୍ କରି ତାଙ୍କ ସହ ହୋଇଥିବା ସାଇବର ଫ୍ରଡ୍ ନେଇ ସୂଚନା ଦେଇଛନ୍ତି । ୨୦୨୦ ଜୁନରେ ସେ ୨୧ ବର୍ଷର ସାମ୍ବାଦିକତା ଜୀବନ ଛାଡ଼ି ଆଗାମୀ କିଛିଦିନ ମଧ୍ୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ (ଗଣମାଧ୍ୟମ) ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ ଯୋଗଦେବେ କହିଥିଲେ । ୨୦୨୦ ସେପ୍ଟେମ୍ବରରେ ଯୋଗଦେବାକୁ ନିଧିଙ୍କୁ କୁହାଯାଇଥିଲା । ଏଥିପାଇଁ ସେ ପ୍ରସ୍ତୁତ ହୋଇଥିବା ବେଳେ ପୁଣି ତାଙ୍କୁ କୁହାଗଲା କରୋନା ପାଇଁ କ୍ଲାସ୍ ୨୦୨୧ ଜାନୁଆରୀରୁ ଆରମ୍ଭ ହେବ ।

ଯୋଗାଯୋଗ ବେଳେ ନିଧି ପ୍ରଶାସନିତ ତ୍ରୁଟି ପ୍ରତି ଧ୍ୟାନ ଦେଇନଥିଲେ । ପରେ ନିଧି ସିଧା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ ନିଧି । କର୍ତ୍ତୃପକ୍ଷ କହିଥିଲେ ଆମ ପକ୍ଷରୁ ସେମିତି କିଛି ଚାକିରି ଅଫର୍ ଦିଆଯାଇନାହିଁ । ପରେ ନିଧି ସାଇବର ଫ୍ରଡର ଶିକାର ହୋଇଥିବା ଜାଣିବାକୁ ପାଇଲେ ।

Leave a Reply

Your email address will not be published. Required fields are marked *