ପାର୍କରେ ବସିଥିଲେ ପ୍ରେମୀଯୁଗଳ, ପିଟିଲେ ଯୁବକ

ଚୌଦ୍ୱାର:- ପାର୍କରେ ବସିଥିବା ପ୍ରେମୀଯୁଗଳଙ୍କ ଉପରେ ହୋଇଛି ଆକ୍ରମଣ। ୩ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଗତକାଲି କଟକର ଏକ  ମେଡିକାଲ୍‌ କଲେଜର ଦୁଇ ପ୍ରେମୀଯୁଗଳ ଚୌଦ୍ୱାର ଡମ୍‌ଡମଣୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ସେମାନଙ୍କ ନଜର ବିରୂପା ନଦୀ କୂଳରେ ନିର୍ମାଣ ହେଉଥିବା ବିଜୁ ପଟ୍ଟନାୟକ ପାର୍କ ଉପରେ ପଡ଼ିଥିଲା। ତେଣୁ ପ୍ରେମୀଯୁଗଳ ସନ୍ଧ୍ୟା ବେଳେ ସେହି ପାର୍କରେ ବସି ଥିଲେ। ଏହି ସମୟରେ ୩ ଜଣ ଯୁବକ ପାର୍କକୁ ଆସି ଯୁବତୀଙ୍କୁ ଟଣାଓଟରା କରିଥିଲେ। ଏହି ସମୟରେ ପ୍ରେମିକ ପ୍ରବଳ ସେମାନଙ୍କୁ ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ପ୍ରେମିକଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ଆଜି ପ୍ରେମୀଯୁଗଳ ଏନେଇ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

Leave a Reply

Your email address will not be published. Required fields are marked *