nationsbyte

ସରକାର ହ୍ୱାଟ୍ସଅପ୍ ମାମଲାରେ ହସ୍ତକ୍ଷେପ କରିପାରନ୍ତି

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଅପର ପ୍ରାଇଭେସିକୁ ନେଇ ଉଠୁଛି  ପ୍ରଶ୍ନ। ଏବେ ଏହି ମାମଲାରେ ସରକାର ହସ୍ତକ୍ଷେପ କରିବେ ବୋଲି ସୂଚନା ମିଳୁଛି । ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ । ଯଦି ୟୁଜର୍ସ  ଫେବୃଆରୀ ୮ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଆଉ ଯେଉଁ ପଲିସିକୁ ସରକାରଙ୍କ ଦ୍ୱାରା ଯାଞ୍ଚ କରାଯିବ । ମିଡିଆ ରିପୋର୍ଟ ମୁତାବକ ଏହି ମାମଲାରେ କ୍ରମାଗତ ଭାବେ ସରକାର ନଜର ରଖି ଆସୁଛନ୍ତି । ଯଦିଓ ଏନେଇ ଆଧିକାରୀକ ଭାବେ କୌଣସି ସ୍ପଷ୍ଟ କରାଯାଇନାହିଁ। ତେବେ ହ୍ୱାଟ୍ସଅପର ନୂଆ ପଲିସିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ସଫେଇ ଦେଇଛି କମ୍ପାନୀ । ୟୁଜର୍ସଙ୍କ ତଥ୍ୟ ଗୁଡିକୁ କମ୍ପାନୀ ପକ୍ଷରୁ ପେରେଣ୍ଟ କମ୍ପାନୀ ଫେସବୁକ୍ ସହ ଶେୟାର କରାଯିବ । ଖାଲି ଏତିକି ନୁହେଁ ଏହାକୁ ଫେସବୁକର ସହଯୋଗୀ ମାନଙ୍କ ସହ ମଧ୍ୟ ଶେୟାର କରାଯିବ । ଯେଉଁ ଡାଟାରେ ୟୁଜର୍ସଙ୍କ ଲୋକେସନ୍, ୟୁସେଜ୍ ପେଟର୍ନ, ଫୋନ୍ ନଂ ଓ କଣ୍ଟାକ୍ଟ ଲିଷ୍ଟ ଆଦି ସାମିଲ ରହିବ। ହେଲେ କମ୍ପାନୀର ଏହି ପଲିସିକୁ ନେଇ ଖୁସି ନାହାଁନ୍ତି ୟୁଜର୍ସ । ଏହି ପଲିସିକୁ ବିଭିନ୍ନ ଏଣ୍ଟରପ୍ରିନ୍ୟୋର୍, ପ୍ରାଇଭେସି ଆଡଭୋକେଟ୍ସ ଓ ଏଜେନ୍ସି  ମାନେ ବିରୋଧ କରିଛନ୍ତି । ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ବାଟ୍ସଆପ ବଦଳରେ ସିଗନାଲ୍ ଆପ୍ ଆଡେ ମୁହାଁଉଛନ୍ତି । ଏପରିକି ସିଗନାଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟାରର ଟପ୍ ଚାର୍ଟରେ ରହିଛି । ନୂଆ ପ୍ରାଇଭେସି ପଲିସିରେ କୁହାଯାଇଛି ଯେ, ଆମ ସର୍ଭିସକୁ ଅପରେଟ କରିବା ପାଇଁ ଆପଣ ହ୍ୱାଟ୍ସାଆପକୁ, ଯେଉଁ ତଥ୍ୟ ଅପଲୋଡ, ସବମିଟ,ଷ୍ଟୋର, ସେଣ୍ଡ ବା ରିସିଭ୍ କରନ୍ତି, ସେଗୁଡ଼ିକର ବ୍ୟବହାର, ରିପ୍ରଡ୍ୟୁସ, ଡିଷ୍ଟ୍ରିବ୍ୟୁଟ ଏବଂ ଡିସପ୍ଲେ କରିବା ପାଇଁ ସାରା ବିଶ୍ୱରେ ନନ୍ ଏକ୍ସକ୍ଲୁସିଭ୍ , ରୟାଲଟି ଫ୍ରୀ, ସବ୍ଲିସେନ୍ସେବଲ ଏବଂ ଟ୍ରାନ୍ସଫରେବଲ ଲାଇସେନ୍ସ ହ୍ୱାଟସଆପକୁ ଦେଉଛନ୍ତି । ତେବେ ଏହା ଏକ ସୀମିତ ଉଦ୍ଦେଶ୍ୟ ପାଇଁ କରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *