nationsbyte

କୃଷି ଆଇନ୍ ଉପରେ ରୋକ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା। କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରିବାବେଳେ ପ୍ରଧାନବିଚାରପତି ଏହା କହିଛନ୍ତି। ଶୁଣାଣି ଆରମ୍ଭ ବେଳେ ଅନ୍ୟତମ ଆବେଦନକାରୀ ତଥା ଆଇନଜୀବୀ ଏମଏଲ ଶର୍ମା କହିଥିଲେ ଯେ ଚାଷୀ କମିଟି ଆଗକୁ ଆସିବେନି। ତିନି କୃଷି ଆଇନକୁ ରଦ୍ଦ କରାଯିବା ଦରକାର। ଏହା ଚାଷୀଙ୍କ ଦାବି। ଜବାବରେ ପ୍ରଧାନ ବିଚାରପତି କହିଛନ୍ତି ଏଭଳି ନକାରାତ୍ମକ ମନୋଭାବ୍ ଠିକ୍ ନୁହେଁ। ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ଜଣିଆ କମିଟି ଗଠନ କରିଥିବା ସୂଚନା ରହିଛି। ଏହି କମିଟିରେ ଅର୍ଥବିଶାରଦ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନର ହରସିମରତ ମାନ, ପ୍ରମୋଦ ଯୋଶୀ ଏବଂ ଅନୀଲ ଧନଓ୍ୱନ ରହିଛନ୍ତି। ସିଜେଆଇ କହିଛନ୍ତି ଯଦି ଆପଣମାନେ ସମାଧାନ ଚାହୁଁଛନ୍ତି, ତେବେ ଆପଣ କହିପାରିବେ ନାହିଁ ଯେ ଆପଣ କମିଟି ଆଗକୁ ଆସିବେନି। ଆବେଦନକାରୀ କହିଥିଲେ ଯେ ଚାଷୀଙ୍କ ଦାବି ବୈଠକକୁ ସମସ୍ତେ ଆସୁଛନ୍ତି ପ୍ରଧାନମନ୍ତ୍ରୀ କାହିଁକି ନୁହେଁ। ଜବାବରେ ସିଜେଆଇ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୈଠକକୁ ଆସିବାକୁ କହି ପାରିବୁ ନାହିଁ। ସଲିସିଟର ଜେନେରାଲ କହିଥିଲେ ବୈଠକରେ କୃଷି ମନ୍ତ୍ରୀ ରହୁଛନ୍ତି। ଏହି ବିଭାଗ ତାଙ୍କ ଅଧୀନରେ ଆସୁଛି। ଆବେଦନକାରୀ କହିଥିଲେ କୋର୍ଟ ଆମ ସମସ୍ତଙ୍କର ଶେଷ ଆଶା। ଏହା ଉପରେ ସିଜେଆଇ କହିଛନ୍ତି ଯେ ଯେଉଁମାନେ ଓକିଲ ଅଛନ୍ତି ସେମାନେ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଦରକାର। ଆମର ଆଇନର ବୈଧତା ଉପରେ ପ୍ରଶ୍ନ ଅଛି। ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଆମ ହାତରେ। ଲୋକମାନେ ବାକି ପ୍ରସଙ୍ଗଗୁଡିକ କମିଟି ସମ୍ମୁଖରେ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *