ବୁଲେଟ୍ କିଣିବା ଆଶାରେ ୬୫ ହଜାର ହରାଇଲେ ଯୁବକ

ଭୁୁବନେଶ୍ୱର: ରାଜ୍ୟରେ ଡିଜିଟାଲ ଠକେଇ ସୀମା ଟପିଗଲାଣି । ଲୋକଙ୍କୁ ସାମଗ୍ରୀ ଓ ସ୍କିମ୍‌ର ଲୋଭ ଦେଖାଇ ଠକେଇ କରୁଛନ୍ତି ଏହି ଡିଜିଟାଲ ଠକ । ଏହି ଠକେଇ ତାଲିକାରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ବିଜେବିନଗର ଅଞ୍ଚଳର ଯୁବକ ସନାତନ ଦଳାଇ । ଗଞ୍ଜାମ ଗୋପାଳପୁରସ୍ଥିତ ଆର୍ମି କ୍ୟାଣ୍ଟିନରୁ ଏକ ବୁଲେଟ୍ କିଣିବା ଲୋଭରେ ସେ ହରାଇଛନ୍ତି ୬୫ ହଜାର ଟଙ୍କା । ଠକ ବ୍ୟକ୍ତି ଏକ ବୁଲେ୍‌ଟ ବିକ୍ରି କରିବା ନେଇ ସୋସିଆଲ୍ ମିଡିଆରେ ଆଡ୍ ପୋଷ୍ଟ କରିଥିଲେ । ଏହି ଆଡ୍ ଦେଖିବା ପରେ ସନାତନଙ୍କ ବୁଲେଟ କିଣିବାକୁ ଇଚ୍ଛା ହୋଇଥିଲା । ତେଣୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ବୁଲେଟ୍ ଘରେ ପହଞ୍ଚାଇ ଦିଆଯିବ ଏହାପରେ ଆପଣ ଅର୍ଥ ପଇଠ କରିବେ ବୋଲି କହିଥିଲେ । ସନାତନ ଏଥିରେ ରାଜି ହେବାରୁ ଗତ ୮ ତାରିଖ ଦିନ ସମ୍ପୃକ୍ତ ବ୍ୟକ୍ତି ବୁଲେ୍‌ଟ ପଠାଇଥିବା ନେଇ ଏକ ୨୧୬୦ଟଙ୍କାର ରସିଦ ସମେତ ଓନରସିପ୍ ଟ୍ରାନ୍ସଫର ଓ ଅନ୍ୟ ସବୁ ବାବଦକୁ ମୋଟ୍ ୬୫ ହଜାର ଟଙ୍କା ରସିଦ ପଠାଇଥିଲେ । ଏହା ଅଫିସର ରୁଲ୍ ଅନୁସାରେ ପଇଠ କରିବାକୁ କହିଥିଲେ । ସନାତନ ତାଙ୍କୁ ବିଶ୍ୱାସ କରି ସବୁ ଅର୍ଥ ପଇଠ କରିଥିଲେ । ତେବେ ଅର୍ଥ ପଇଠ କରିବାର କିଛି ସମୟ ମଧ୍ୟରେ ଗାଡ଼ି ପହଞ୍ôଚଯିବ ବୋଲି ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଫୋନ୍‌ରେ ଜଣାଇଥିଲେ । ମାତ୍ର ଅର୍ଥ ପଇଠ କରିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ଗାଡ଼ି ନ ଆସିବାରୁ ସନାତନ ବଡ଼ଗଡ଼ ଥାନା ପୋଲିସର ଦ୍ୱାରସ୍ଥ ହୋଇ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *