cinema hall_nationsbyte

ସିନେମା ଦେଖିବାକୁ ଆସୁଛନ୍ତି ହାତଗଣତି ଦର୍ଶକ

ଭୁବନେଶ୍ୱର: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ହେବ ବନ୍ଦ ରହିଥିଲା ସିନେମା ହଲ୍ । ଶେଷରେ ରାଜ୍ୟ ସରକାର ଅନୁମତି ଦେବାପରେ ୮ ତାରିଖଠାରୁ ସିନେମାହଲଗୁଡ଼ିକ ଖୋଲିଛି । ସାମାଜିକ ଦୂରତା ରଖି କୋଭିଡ୍‌-୧୯ କଟକଣା ଅନୁସାରେ ସିନେମା ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅନୁସାରେ ସବୁ ହଲ୍‌ରେ ବ୍ୟବସ୍ଥା କରାଯାଇଛି । ମାତ୍ର ହଲଗୁଡ଼ିକ ଫାଙ୍କା ପଡ଼ୁଛି । ହାତଗଣତି ଦର୍ଶକଙ୍କ ସମାଗମ ହେଉଛି । ଏହାର କାରଣ ହେଉଛି ହଲ୍‌ଗୁଡ଼ିକରେ ଗୋଟିଏ ସିଟ୍ ଛାଡ଼ି ଜଣକୁ ବସିବାକୁ ଅନୁମତି ରହିଛି । ଏଥିପାଇଁ ପ୍ରେମୀଯୁଗଳଙ୍କ ଗହଳି ଦେଖିବାକୁ ମିଳୁନି । ପ୍ରେମୀକ ପ୍ରେମିକା ଦୂରରେ ବଶି ସିନେମା ଦେଖିବାକୁ ପସନ୍ଦ କରୁନାହାନ୍ତି । ସେଥିପାଇଁ ସେମାନେ ହଲ୍‌କୁ ଆସୁନାହାନ୍ତି । ଅନ୍ୟକାରଣ କେତେକ ଫିଲ୍ମ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇ ଯାଇଥିବାରୁ ସେଗୁଡ଼ିକୁ ହଲରେ ଦେଖିବାକୁ ଲୋକେ ଆଉ ପସନ୍ଦ କରୁନାହାନ୍ତି ।

Leave a Reply

Your email address will not be published. Required fields are marked *