ଲକଡାଉନ ସମୟରେ ବୃଦ୍ଧାଙ୍କ ଠାରୁ ଲୁଟ କରି ହତ୍ୟା ଘଟଣା, ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଭୁବନେଶ୍ୱର:-ଲକଡାଉନ ସମୟରେ ନୟାପଲ୍ଲୀର ବୃଦ୍ଧା ତୁଳସୀଦେଈ ହତ୍ୟା ମାମଲାରେ ପୋଲିସକୁ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ କରିଛି ନୟାପଲ୍ଲୀ ପୋଲିସ। ଅଭିଯୁକ୍ତ ଜଣଙ୍କ ସାଗର ପ୍ରଧାନ ବୋଲି ଜଣା ପଡ଼ିଛି। ସାଗରକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ଥାନା ପୋଲିସ। ଅଭିଯୁକ୍ତକୁ ଶନିବାର କୋଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଲକଡାଉନ ସମୟରେ ଘରଭଡ଼ା ବାହାନାରେ ବୃଦ୍ଧାଙ୍କ ନିକଟରୁ ଯାଇଥିଲେ ସାଗର ଏବଂ ତାର ସହଯୋଗୀ। ସେମାନେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ଅଭିଯୁକ୍ତ। ପରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।