ଭୁବନେଶ୍ୱରରେ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରେ ମଧ୍ୟ ବିଦ୍ୟାଳୟ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟଵସ୍ଥାକୁ ଗୁରୁତ୍ୱ ଦେଇ କୋଭିଡ କଟକଣାରେ କିପରି ପଠାପଢା ଚାଲିବ ସେନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଭିନ୍ନ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକ ପରେ ନିଜ ପ୍ରତିକ୍ରିୟାରେ ପ୍ରେମଚନ୍ଦ୍ର କହିଛନ୍ତି, ବିଏମ୍‌ସି ପକ୍ଷରୁ ହେଲ୍ପ ଲାଇନ୍ ଖୋଲାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କର ଯଦି କୌଣସି ସନ୍ଦେହ ହୁଏ, ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ।

ସେହିପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସାନିଟାଇଜେସନକୁ ଶିକ୍ଷାନୁଷ୍ଠାନରେ ଅଧିକ ଗୁରୁତ୍ୱ ଦିଆଯିବ। ହଷ୍ଟେଲରେ ମଧ୍ୟ ଏସଓପିକକୁ କଡାକଡ଼ି ପାଳନ କରିବା ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଦୀର୍ଘ୧୦ ମାସ ହେବ ସ୍କୁଲ କଲେଜ ସବୁ ବନ୍ଦ ରହିଛି।  ଏହା ମଧ୍ୟରେ ଜାନୁଆରୀ ୮ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ ଏବଂ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ଏବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ । ମନ୍ତ୍ରୀ କହିଛନ୍ତି ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

 

Leave a Reply

Your email address will not be published. Required fields are marked *