ପୁଣି ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର:-ବାର୍‌ହା ଶିକାର ପାଇଁ ବିଲରେ ବିଛା ଯାଇଥିଲା ବୋମା। ଆଉ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇଦେଇଥିଲା। ଫଳରେ ବୋମାଟି ଗାଈ ପାଟିରେ ଫୁଟି ଥିଲା। ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ବିଲରେ ଏହି ଦୁର୍ଘଟଣା ଘଟିଛି । ଗାଈଟି ଗୁରୁତର ହୋଇ ସେହି ବିଲ୍‌ରେ ପଡ଼ିଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ଗତକାଲି ମଧ୍ୟ କେନ୍ଦୁପାଟ ଗାଁରେ ଗୋଟିଏ ଗାଈ ଚରୁଥିବା ବେଳେ ବୋମା ଚୋବାଇ ଦେଇଥିଲା। ଫଳରେ ବୋମାଟି ବିସ୍ଫୋରଣ ହେବାରୁ ଗାଈଟି ଗୁରୁତର ହୋଇଛି। ସେହି ଗାଈର ଚିକିତ୍ସା ଜାରି ରିହିଛି।

ସୂଚନାରୁ ପ୍ରକାଶ, ବାର୍‌ହା ଶିକାର ପାଇଁ ଦୁର୍ବୃତ୍ତମାନେ ନିୟମିତ ଭାବେ ବିଲ୍‌ରେ ବୋମା ଖଞ୍ଜୁଛନ୍ତି। ମାତ୍ର ବାର୍‌ହା ଶିକାର ହେବା ପରିବର୍ତ୍ତେ ଗାଈମାନେ ସେହି ଫାସରେ ପଡ଼ି ଯାଉଛନ୍ତି।

 

Leave a Reply

Your email address will not be published. Required fields are marked *