ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶୀ ବନ୍ଧୁକ ଜବତ । ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଯାଉଥିବା ଯାତ୍ରୀଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଛି ।  ଲଗେଜ ସ୍କାନର ବେଳେ ଦେଶୀ ବନ୍ଧୁକ ଜବତ କରିଥିଲା ଏୟାରପୋର୍ଟ ସିକ୍ୟୁରିଟି । ଯାତ୍ରୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା । ରାମଚନ୍ଦ୍ରଙ୍କୁ ଅଟକ ରଖି ଏୟାରପୋର୍ଟ ଥାନା ପୋଲିସ ପଚରାଉଚରା କରିବା ପରେ ଗିରଫ ସୂଚନା ।

ସୂଚନା ଅନୁଯାୟୀ, ରାମଚନ୍ଦ୍ର ଚେନ୍ନାଇରେ ଏକ କନ୍‌ଷ୍ଟ୍ରକ୍‌ସନ୍ କମ୍ପାନୀରେ କାମ କରନ୍ତି । ସେ ଗତ ନଭେମ୍ବର ମାସରେ ଘରକୁ ଆସିଥିଲେ । ବୁଧବାର ଏୟାରଏସିଆ ବିମାନ ନଂ-୧୫୧୫୬୩ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରି ଥାନ୍ତେ । ରାମଚନ୍ଦ୍ର ସନ୍ଧ୍ୟା ୬.୨୦ ସମୟରେ ନିଜର ଲଗେଇ ଧରି ବିଜୁପଟ୍ଟନାୟକ ବିମାନ ବନ୍ଦର ଭିତରକୁ ପଶିଥିଲେ । ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କ ଲଗେଜକୁ ସ୍କାନ କରିଥିଲେ । ସ୍କାନ କରିବା ସମୟରେ ଲଗେଜ୍‌ରେ ଏକ ବନ୍ଧୁକ ଥିବା ଜଣାପଡ଼ିଥିଲା । ସୁରକ୍ଷାକର୍ମୀ ତାଙ୍କୁ ଲଗେଜ୍ ଖୋଲିବାକୁ କହିଥିଲେ । ରାମଚନ୍ଦ୍ର ଲଗେଜ ଖୋଲିବା ପରେ ସେଥିରୁ ଗୋଟିଏ ରଷ୍ଟ ଲଗା ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ବିମାନ ବନ୍ଦରରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ କର୍ମଚାରୀ ଯୁବକଙ୍କୁ କାବୁ କରି ଥାନାରେ ଦେଇଥିଲେ । ପୁଲିସ ରାମଚନ୍ଦ୍ରଙ୍କୁ ଥାନାରେ ଅଟକ ରଖିପଚରାଉଚରା କରୁଛନ୍ତି । ରାମଚନ୍ଦ୍ର ପୁଲିସ ଆଗରେ କହିଛନ୍ତି ଯେ,ସେ ଉକ୍ତ ବନ୍ଧୁକକୁ ଗାଁ ପୋଖରୀ କୂଳରୁ ପାଇଥିଲେ । ସେଥିରେ କୌଣସି ଗୁଳି ନଥିଲା । ବନ୍ଧୁକରେ ରଷ୍ଟ ଲାଗିଥିଲା । ସେ ତାହାକୁ ସଫା କରି ଲଗେଜ୍‌ରେ ପକାଇ ଦେଇଥିଲେ । ବନ୍ଧୁକକୁ କାଢିବାକୁ ତାଙ୍କର ମନ ନଥିଲା । ସେ ସେଥିେ ଡ୍ରେସ୍ ପୁରାଇ ଚେନ୍ନାଇ ଯାଉଥିଲେ ବୋଲ କହିଛନ୍ତି ।
ପ୍ରକାଶଯୋଗ୍ୟ, ୨ମାସ ତଳେ ଜଗତସିଂହପୁର ଜିଲାର ଜଣେ ଯୁବକ ବ୍ୟାଗରେ ଏକ ଗୁଳି ପୁରାଇ ଦୁବାଇ ଯାଉଥିଲେ । କିନ୍ତୁ ବିମାନ ବନ୍ଦରରେ ଲଗେଜ ସ୍କାନ କରାଯିବା ପରେ ସେଥିରୁ ଗୁଳିଟି ଜବତ କରାଯାଇଥିଲା । ଏୟାରପୋର୍ଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଥିଲ । ବିମାନ ବନ୍ଦରରେ ଏଭଳି ବାରମ୍ବାର ବନ୍ଧୁକ ଏବଂ ଗୁଳିି ଜବତ ହେବାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୁଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *