‘ବିଜେପି ଯାହା କରିବା କଥା କରୁ, ଆମେ ଯାହା କରିବା କଥା କରିବୁ’

ଭୁବନେଶ୍ୱର:-“ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ସେ ମୋ କଥାରେ କିଛି କରିଦେବେ ତାହା ନୁହେଁ। ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ।”

କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି। ଏନେଇ ମାହାଙ୍ଗା ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଅଭିଯୋଗ ହେବା ପରେ ମୁହଁ ଖୋଲି  ଏପରି କହିଛନ୍ତି ଖୋଦ ଆଇନ ମନ୍ତ୍ରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, “ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ। କଠୋରରୁ କଠୋର ଦଣ୍ଡ ପାଉ।”

ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି,  “ ବିରୋଧୀ ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଥିବାରୁ ସେମାନେ ଏହା ଚାହୁଁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।” ସେପଟେ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜିଠୁ କଟକ ଜିଲ୍ଲାର ସବୁ ବ୍ଲକ୍‌ରେ ବିକ୍ଷୋଭ  ପ୍ରଦର୍ଶନ ସହ ମାହାଙ୍ଗାରେ ରାସ୍ତାକୁ ଓହ୍ଲାଇଛି ବିଜେପି ।

ସେପଟେ ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଥିଲେ  । ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରରେ ଆସିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଦାବି ହୋଇଛି  ।

Leave a Reply

Your email address will not be published. Required fields are marked *