କରୋନାରେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର:-ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୫ରେ ପହଞ୍ଚିଛି।

ଉଭୟ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୩୭ ବର୍ଷ ହୋଇଥିଲା। ସେ ସୁନ୍ଦରଗଡ଼ ଜିଲ୍ଲାର। ଅନ୍ୟ ଜଣଙ୍କୁ ୫୨ ବର୍ଷ ହୋଇଥିଲା। ସେ ବାଲେଶ୍ୱରର। ସେ ଡାଇବେଟିସ୍ ଜନିତ ସମସ୍ୟାରେ ବି ପୀଡ଼ିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୮ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୯୫ ହୋଇଛି।

ଅନ୍ୟପକ୍ଷରେ ୧୮୩ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୨୬,୨୦୯ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୩୪୫ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *