କରୋନାର ବାହକ ବିଲେଇ : ପୋଷା ବିଲେଇଙ୍କୁ Kiss କରିବା ହୋଇପାରେ କରୋନା
ନୂଆଦିଲ୍ଲୀ:-ଏକ ଲ୍ୟାବ୍ ଏକ୍ସପେରିମେଣ୍ଟରୁ ଜଣା ପଡ଼ିଛି ଯେ ବିଲେଇ ନୂଆ କରୋନା ଭାଇରସକୁ ଅନ୍ୟ ବିଲେଇଙ୍କଠାରେ ସଂକ୍ରମିତ କରିବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ସେମାନଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ନ ଦେଖାଯିବା ମଧ୍ୟ ସମ୍ଭବ। ବୁଧବାର ଏହି ରିପୋର୍ଟ ଦେଇଥିବା ବୈଜ୍ଞାନିକମାନେ କହିଥିଲେ ଯେ ଏହା ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ଯେ ଭାଇରସ୍ ଲୋକଙ୍କଠୁ ବିଲେଇକୁ ସଂକ୍ରମିତ ହୋଇପାରେ କି?
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାର ସମ୍ଭାବନା କମ୍ ରହିଛି ବୋଲି କହିଛନ୍ତି। ଆମେରିକାନ୍ ଭେଟେରିନାରୀ ମେଡିକାଲ୍ ଆସୋସିଏସନ ଏକ ବୟାନରେ କହିଛି ଯେ କେବଳ ଏଥିପାଇଁ କୌଣସି ପଶୁକୁ ଜାଣିଶୁଣି ଏକ ଲ୍ୟାବରେ ସଂକ୍ରମିତ କରାଯାଇପାରେ ଏହାର ଅର୍ଥ ଏୟା ନୁହେଁ ଯେ ଏହା ପ୍ରାକୃତିକ ପରିସ୍ଥିତିରେ ସହଜରେ ସେହି ଭାଇରସରେ ସଂକ୍ରମିତ ହୋଇଯିବ। ଏହି ଆଶଙ୍କାରେ ଚିନ୍ତିତ ବ୍ୟକ୍ତିଙ୍କୁ ସ୍ବଚ୍ଛତା ରଖିବା ଆବଶ୍ୟକ।
ନିଜ ପୋଷା ପଶୁଙ୍କୁ ଚୁମ୍ବନ କରିବା ଅନୁଚିତ୍। ଅନୁସନ୍ଧାନକାରୀମାନେ ଜଣେ ମନୁଷ୍ୟଠୁ କରୋନା ଭାଇରସ୍ ନେଇଥିଲେ ଏବଂ ୩ଜଣ ବିଲେଇଙ୍କୁ ଏଥିରେ ସଂକ୍ରମିତ କରିଥିଲେ। ପ୍ରତ୍ୟେକ ବିଲେଇକୁ ସେତେବେଳେ ଅନ୍ୟ ବିଲେଇ ସହ ରଖା ଯାଇଥିଲା ଯେତେବେଳେ ସେ ସଂକ୍ରମଣମୁକ୍ତ ଥିଲା। ୫ଦିନ ଭିତରେ ୩ଜଣ ପଶୁଙ୍କଠାରେ କରୋନା ଭାଇରସ୍ ଥିବା ଜଣା ପଡ଼ିଥିଲା।
୬ଟି ବିଲେଇଙ୍କଠାରେ କାହାଠାରେ ବି କୌଣସି ଲକ୍ଷଣ ଦେଖାଯାଇନଥିଲା। ବିଲେଇଙ୍କଠାରେ ଛିଙ୍କ କି କାଶ ନଥିଲା,ତାଙ୍କ ଶରୀରର ତାପମାତ୍ରା ବି କମିନଥିଲା ଏବଂ ଓଜନ ମଧ୍ୟ କମିନଥିଲା। ଯଦି ପୋଷା ପଶୁଙ୍କ ମାଲିକ ତାଙ୍କୁ ଦେଖିଥାନ୍ତେ ତେବେ ତାଙ୍କୁ କୌଣସି ଫରକ ଦେଖାଯାଇନଥାନ୍ତା। ଗତ ମାସରେ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ୨ଟି ପୋଷା ବିଲେଇର ଶ୍ବାସପ୍ରଶ୍ବାସରେ ଅଳ୍ପ ସମସ୍ୟା ପରେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା।










