ପାକିସ୍ତାନ ସହ ସମ୍ବନ୍ଧକୁ ନେଇ ଋଷ କହିଲା, ‘ଭାରତକୁ ଚିନ୍ତା କରିବା ଆବଶ୍ୟକ ନାହିଁ’
ନୂଆଦିଲ୍ଲୀ :-ପାକିସ୍ତାନ ସହ ଋଷର ସମ୍ପର୍କକୁ ନେଇ ଭାରତ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଏଥିସହ ଋଷ ଏହା ମଧ୍ୟ କହିଛି ଯେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ସଦସ୍ୟ ହୋଇଥିବାରୁ ଇସଲାମାବାଦ ସହ ସମ୍ପର୍କ ବିକାଶ ପାଇଁ ମସ୍କୋ ପ୍ରତିବଦ୍ଧ ।
ଋଷ ମିଶନର ଡେପୁଟି ହେଡ୍ ରୋମାନ୍ ବାବୁସ୍କିନ୍ କହିଛନ୍ତି ଯେ ପାକିସ୍ତାନ ସହିତ ରୁଷର ସମ୍ପର୍କ ସ୍ୱାଧୀନ ଚିନ୍ତାଧାରାକୁ ନେଇ ଗଠିତ ଏବଂ ସରକାର ମଧ୍ୟ ଅନ୍ୟ ଦେଶର ସମ୍ବେଦନଶୀଳତାକୁ ସମ୍ମାନ ଦେବାକୁ ପ୍ରତିବଦ୍ଧ । ଗଣମାଧ୍ୟମର ପ୍ରଶ୍ନରେ ଜବ୍ ବାବୁସ୍କିନ୍ କହିଛନ୍ତି ପାକିସ୍ତାନ ସହିତ କେବଳ ସାମରିକ ଅଭ୍ୟାସ ଏବଂ ବାଣିଜ୍ୟିକ ସହଯୋଗ ବିଷୟରେ ଆଲୋଚନା ହୋଇଛି । ସେ କହିଛନ୍ତି ଏଥିରେ ଭାରତ ଚିନ୍ତା କରିବା ଆବଶ୍ୟକ ନୁହେଁ ।
ସେ କହିଛନ୍ତି, ସମ୍ବେଦନଶୀଳତାକୁ ଦେଖିବାକୁ ଗଲେ ଋଷ ସବୁବେଳେ ଏ ନେଇ ସତର୍କ ରହିଛି । ବାବୁସ୍କିନ୍ କହିଛନ୍ତି ଯେ ଋଷର ବୈଦେଶିକ ନୀତିର ମୌଳିକ ନୀତି ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା । ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସମ୍ବନ୍ଧକୁ ନେଇ ସ୍ଥିରତା ବଜାୟ ରଖିବା ପାଇଁ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି । ବାବୁସ୍କିନ୍ କହିଛନ୍ତି ଯେ, ପାକିସ୍ତାନ ସହ ସାମରିକ ଅଭ୍ୟାସ ଓ ଆତଙ୍କବାଦ ନିରୋଧକ ରୂପରେଖ ସହ ଜଡିତ । ସେହିଭଳି ଭାବେ ଅନ୍ୟଦେଶମାନଙ୍କ ମଧ୍ୟରେ ବୁଝାମଣା SCOର ସଦସ୍ୟ ଦେଶମାନଙ୍କ ପାଇଁ ମଧ୍ୟ ସ୍ବାଭାବିକ ବୋଲି ସେ ମତ ଦେଇଛନ୍ତି ।