ଏଣିକି ଓଡିଆ ଭାଷାରେ ଆସିବ JEE ପ୍ରଶ୍ନପତ୍ର,

ଭୁବନେଶ୍ବର:-ଓଡିଆ ଭାଷାରେ ଆସିବ ଜେଇଇ ପ୍ରଶ୍ନପତ୍ର । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ଭାରତର ବିଭିନ୍ନ ଭାଷାରେ ଆସିବା ସହ ଓଡିଆରେ ମଧ୍ୟ ଉପଲବ୍ଧ ହେବ । ଓଡିଶାର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ସହମତି ପ୍ରକାଶ କରିଥିବା ନେଇ ସିଏମଓ ଓଡିଶା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବ । ଚଳିତ ଥର ମୋଟ୍ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଇଂରାଜୀ, ହିନ୍ଦୀ, ଓଡିଆ, ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଦୁ ଭାଷାରେ ଜେଇଇ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *