ଭାରତ ଭାଙ୍ଗିଲା ନିଜର ଲଜ୍ଜାଜନକ ରେକର୍ଡ, ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ

ଆଡିଲେଡ:-ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ ବାହିନୀ ଲଜ୍ଜାଜନକ ସ୍କୋର କରିଛି । ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ ହୋଇଯାଇଥିଲେ । ସେହିପରି ୩୧ ରନରେ ତିନୋଟି ଓ୍ୱିକେଟ୍ ହରାଇଥିଲା ଦଳ । ପରେ ୩୬ ରନରେ ମହମ୍ମଦ ସାମି ରିଟାୟର ହର୍ଟ ହେବା ପରେ ଦଳ ଅଟକି ଯାଇଥିଲା ।

ଭାରତର ଟେଷ୍ଟ ମ୍ୟାଚରେ ସବୁଠାରୁ କମ୍ ସ୍କୋର ଥିଲା ୪୨ । ୧୯୭୪ରେ ଲର୍ଡସରେ ଦଳ ଇଂଲଣ୍ଡ ବିପକ୍ଷରେ ଏହି ରନ୍ କରିଥିଲା । ଟେଷ୍ଟ୍ ଇତିହାସରେ ସବୁଠାରୁ କମ୍ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି । ଦଳ ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ୨୬ ରନ୍ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଦୁଇଥର ୩୦ ରନରେ ଅଲଆଉଟ୍ ହୋଇଛି । ଦଳ ୩୫ ଓ ୩୬ରନରେ ବି ଅଲଆଉଟ୍ ହୋଇଛି ।

ସେହିପରି ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ସର୍ବନିମ୍ନ ସ୍କୋର ହେଉଛି ୩୬ । ଏହାପରେ ଦଳ ୪୨ ରନରେ ବି ଅଲଆଉଟ୍ ହୋଇଛି । ତେବେ ଏହି ଖେଳ ବହୁତ ପୁରୁଣା । ୧୯୮୮ ଓ ୧୯୦୨ରେ ଇଂଲଣ୍ଡ ବିପକ୍ଷରେ ଦଳ ଏହି ସ୍କୋର କରିଥିଲା।

ମହମ୍ମଦ ସାମି ଆଉଟ ହେବା ପରେ ଭାରତ ଅଷ୍ଟ୍ରେଲିଆର ସବୁଠାରୁ କମ୍ ଟେଷ୍ଟ ସ୍କୋର କରିଥିବା ରେକର୍ଡର ସମକକ୍ଷ ହୋଇଛି । ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ସବୁଠାରୁ କମ୍ ସ୍କୋର ୩୬ ଓ ୪୨ ଥିବା ବେଳେ ଭାରତର ମଧ୍ୟ ସମାନ ରହିଛି ।

Leave a Reply

Your email address will not be published. Required fields are marked *