୪ କିଲୋ ସୁନା, ୨୩୫ କିଲୋ ରୁପା ଜବତ
ବ୍ରହ୍ମପୁର:-ଗଞ୍ଜାମରୁ ୪ କିଲୋ ସୁନା ଓ ୨୩୫ କିଲୋ ରୁପା ଜବତ ହୋଇଛି। ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ଏନେଇ ସୂଚନା ଦେଇଛନ୍ତି। ଏହି ସବୁ ଅଳଙ୍କାର ତାମିଲନାଡୁରୁ ଆସୁଥିଲା।୩ ଜଣ ଯୁବକ ଏକ କାରରେ ତାମିଲନାଡୁର ସେଲମରୁ ୪ କିଲୋ ସୁନା ଓ ୨୩୫ କେଜି ରୁପା ଧରି ବ୍ରହ୍ମପୁର ଅଭିମୁଖେ ଅସୁଥିଲେ। ଦୁର୍ଭାଗ୍ୟକୁ ଗୋଷାଣୀ-ନୂଆଗାଁ ଥାନା ଅନ୍ଧପସରା ରାସ୍ତାରେ ପୁଲିସ ଚେକିଂ କରୁଥିଲା। ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିବାରୁ ସୁନା ଓ ରୁପା ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ସୁନା ଓ ରୁପା କେଉଁଠିକି ଯାଉଥିଲା, ତାହା ଜଣାପଡ଼ିନି। ପୁଲିସ ବିଭିନ୍ନ ନିଗରୁ ତଦନ୍ତ ଆରମ୍ଭ କରିଛି।