ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଖାଲି ଆଖିରେ ଦେଖାଯିବ ନାହିଁ, ଓଡିଶାରେ ଦିନ ୧ଟାରୁ ଆରମ୍ଭ

ଭୁବନେଶ୍ୱର:- ସୋମବାର ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ।  ଗ୍ରହଣ ଓ ପରାଗ ହେଉଛି ଏକ ଛାଇ ଏବଂ ଆଲୁଅର ଖେଳ । ଏହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ହିଁ ଘଟିଥାଏ ।

ଚନ୍ଦ୍ର ଗ୍ରହଣ ବାବଦରେ  ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାକୁ ଲାଗି ଗଲେଣି। ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

ସୂଚନାନୁସାରେ, ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ, ଯାହା ଦିଗ୍‌ବଳୟ ତଳେ ଥିବ ।ଏହା ସର୍ବାଧିକ ଅପରାହ୍ନ ୩ଟା ଯାଏଁ ରହିବ, ଏହା ମଧ୍ୟ ଦିଗବଳୟ ତଳେ ରହିଥିବ ।ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା ୨୩ମିନିଟରେ ଓଡ଼ିଶାରେ ଦୃଶ୍ୟମାନ ହେବ, କିନ୍ତୁ ଏହାକୁ ଖାଲି ଆଖିରେ ଦେଖିହେବ ନାହିଁ ।

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

Leave a Reply

Your email address will not be published. Required fields are marked *