ଆଜି ରାତିରୁ ପୁରୀରେ ୧୪୪ ଧାରା

ଭୁବନେଶ୍ୱର:-ଆସନ୍ତାକାଲି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ତେ​ବେ କରୋନା କଟକଣା ଯୋଗୁ ଭକ୍ତ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ। ଏଥିପାଇଁ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ପୁରୀ ପ୍ରଶାସନ ନିବେଦନ କରାଯାଇଛି। ତେବେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରାଯିବ।  ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଜାରି କରାଯିବ।  ଏଥି ଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ।ବେଶ ଓଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨ ASP, ୭ DSP, ୧୯ SI, ୭୭ ASI ନିଯୁକ୍ତ ରହିବେ। ହରଚଣ୍ଡୀ ସାହିରୁ ନାଗାବେଶକୁ କଡ଼ା ସୁରକ୍ଷାରେ ଅଣାଯିବା ନେଇ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *