କିମ୍ବଦନ୍ତୀ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି,

ବୁଏନସ୍ ଆଇରିସ୍:- ଦିଗ୍ଗଜ ଫୁଟବଲର ଡିଏଗୋ ମାରାଡୋନାଙ୍କ ବୁଧବାର ଦେହାନ୍ତ ହୋଇଛି। ମାରାଡୋନା ଗତ ଶୁକ୍ରବାର ତାଙ୍କର ୬୦ତମ ଜୟନ୍ତୀ ପାଳନ କରିଥିଲେ। ତେବେ ବୁଧବାର ତାଙ୍କର ହୃଦଘାତ ଯୋଗୁ ପରଲୋକ ହୋଇଥିବା ଆର୍ଜେଣ୍ଟିନା ସ୍ଥାନୀୟ ମିଡିଆରୁ ଖବର ଆସୁଛି। ମାରାଡୋନାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ଫୁଟବଲ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ମହାନ ଫୁଟବଲ ଖେଳାଳିଙ୍କୁ ତାଙ୍କ ଘରେ ହିଁ ହୃଦଘାତ ହୋଇଛି। ବ୍ରେନରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା। ତାଙ୍କର ଅଚାନକ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କୁ ସର୍ବକଳାନ ମହାନ ଫୁଟବଲର କୁହାଯାଏ। ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ୍‌ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ କୁହାଯାଏ। ମାରାଡୋନାଙ୍କ ଜନ୍ମ ୩୦ ଅକ୍ଟୋବର ୧୯୬୦ରେ ହୋଇଥିଲା। ଫିଫା ପ୍ଲେୟାର ଅଫଦି ସେଞ୍ଚୁରୀ ପୁରସ୍କାର ଲାଗି ତାଙ୍କର ମନୋନୟନ ମଧ୍ୟ ହୋଇଥିଲା। ପୁରସ୍କାରରେ ତାଙ୍କୁ ପେଲେଙ୍କ ସହ ଭାଗିଦାର କରାଯାଇଥିଲା। ସେ ବୋକା ଜୁନିୟର୍ସ, ନେପୋଲୀ ଓ ବାର୍ସିଲୋନା ସମେତ ଅନ୍ୟ କ୍ଲବ ଲାଗି ମଧ୍ୟ ଖେଳିଛନ୍ତି। ।୧୯୮୬ରେ ଇଂଲଣ୍ଡ ବିରୋଧରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ‘ହ୍ୟାଣ୍ଡ ଅଫ ଗଡ’ ଲାଗି ମଧ୍ୟ ଲୋକେ ମନେ ପକାନ୍ତି l

Leave a Reply

Your email address will not be published. Required fields are marked *