ସମୁଦ୍ର କୂଳରୁ ଶତାଧିକ ତିମି-ଡଲଫିନଙ୍କ‌ ମୃତଦେହ ଉଦ୍ଧାର, ଶାର୍କ ଭୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ :- ବିଭିନ୍ନ ସମୟରେ ସମୁଦ୍ର କୂଳକୁ ବଡ଼ ବଡ଼ ତିମି ଚାଲିଆସୁଥିବା ଦେଖିବାକୁ ମିଳେ। ନିକଟରେ ଶ୍ରୀଲଙ୍କାରେ ଏଭଳି ଶତାଧିକ ତିମି ଉଦ୍ଧାର କରିଥିଲେ ନୌସେନା ଓ ସ୍ଥାନୀୟ ମତ୍ସ୍ୟଜୀବୀ। ଏହା ସହ ସୋସିଆଲ୍‌ ମିଡିଆରେ ଏଭଳି ଚିତ୍ର ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ଶତାଧିକ ତିମି ଓ ଡଲଫିନ୍‌ ଆତ୍ମହତ୍ୟା କରିବା ଘଟଣା ହୁଏତ ପ୍ରଥମେ ଘଟିଥିବ।

୨୫ ନଭେମ୍ବର ଅର୍ଥାତ ଆଜି ନ୍ୟୁଜିଲାଣ୍ଡରେ ୧୦୦ରୁ ଅଧିକ ତିମି ଓ ଡଲଫିନର ମୃତଦେହ ଉଦ୍ଧାର ହୋଇଛି। ନ୍ୟୁଜିଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ବୀପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏମିତି ମଧ୍ୟ କୁହାଯାଉଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମାଛ ରବିବାରଠୁ ସେଠରେ ଫସି ରହିଥିଲେ। ଚାଥମ ଦ୍ବୀପ ବହୁ ଦୂରରେ ଥିବାରୁ ସେଠାରୁ ସୂଚନା ମିଳିବା ବିଳମ୍ବ ହେବାକୁ ସେଗୁଡ଼ିକୁ ବଞ୍ଚାଇ ହେଲାନାହିଁ ବୋଲି ଉଦ୍ଧାରକାରୀ ଦଳ କହିଛନ୍ତି।ମୋଟ ୯୭ ପାଇଲଟ୍‌ ହ୍ବେଲ୍‌ ଓ ବଟଲନୋଜ୍‌ ଡଲ୍‌ଫିନ୍‌ ମୃତଦେହ ମିଳିଛି ବୋଲି ନ୍ୟୁଜିଲାଣ୍ଡ ସଂରକ୍ଷଣ ବିଭାଗ ସୂଚନା ଦେଇଛି। ଏବେ ସୁଦ୍ଧା​‌ ଆହୁରି ୨୬ଟି ମାଛ ବଞ୍ଚିଥିବା ବେଳେ ସେଗୁଡ଼ିକୁ ସମୁଦ୍ର ଭିତରକୁ ଫେରାଇବାକୁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି। କିନ୍ତୁ ମାଛଗୁଡ଼ିକର ଶରୀର ଦୁର୍ବଳ ହୋଇଯାଇଛି। ତେବେ ସମୁଦ୍ର ଜଳର ଖରାପ ସ୍ଥିତି ଓ ଗ୍ରେଟ୍‌ ହ୍ବାଇଟ୍‌ ଶାର୍କର ଭୟରେ ମାଛଗୁଡ଼ିକ କୂଳକୁ ଆସି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅଧିକାରୀ ବିଶ୍ବାସ କରୁଛନ୍ତି।ତେବେ ବିଶେଷ କରି ତିମି ଓ ଡଲଫିନ୍‌ ସମୁଦ୍ର କୂଳରେ ଫସିବାର ଅନେକ କାରଣ ରହିଛି। ତିମି  ଓ ଡଲ୍‌ଫିନ ସୋନାର ଓେଭ୍‌ ଛାଡ଼ିଥାନ୍ତି। ଗଭୀର ଜଳ ମଧ୍ୟରେ ଏହି ଓ୍ବେଭ୍‌ ମାଧ୍ୟମରେ ସେମାନେ ଆଗକୁ ଆସୁଥିବା ବଡ଼ ପଥର କିମ୍ବା ସ୍ଥଳଭାଗ ବିଷୟରେ ଜାଣିପାରନ୍ତି। କିନ୍ତୁ ବେଳେ ବେଳେ ବଡ଼ ମାଛର ଭୟ, ଅଳ୍ପ ପାଣି ସ୍ଥାନ ନିରୂପଣରେ ବାଧା ସୃଷ୍ଟି କରିଥାଏ। ଫଳରେ ତିମି ଓ ଡଲଫିନ୍‌ ଶୁଖିଲା ସ୍ଥାନ ବା ତଟରେ ଫସିଯାଆନ୍ତି। ଗୋଟିଏ ଦୁଇଟି ତିମି ଫସିଲା ପରେ ସେଗୁଡ଼ିକୁ ଉଦ୍ଧାର କରିବାକୁ ଆସିଥିବା ଅନ୍ୟ ଏକ ଦଳ ମଧ୍ୟ ବେଳେ ବେଳେ ଫସିବାର ଉଦାହରଣ ରହିଛି।

Leave a Reply

Your email address will not be published. Required fields are marked *