ଜହ୍ନରୁ ଆସିବ ମାଟି: ଚନ୍ଦ୍ରରୁ ଶୀଳା ଆଣିବାକୁ ମାନବବିହୀନ ମହାକାଶ ଯାନ ପଠାଇଲା ଚୀନ,

ନୂଆଦିଲ୍ଲୀ :-ଚନ୍ଦ୍ରକୁ ପ୍ରଥମ ମାନବବିହୀନ ମହାକାଶଯାନ ପ୍ରେରଣ କରିଛି ଚାଇନା । ଚନ୍ଦ୍ରରୁ ପୃଥିବୀକୁ ଲୁନର ରକର ସାମ୍ପୁଲ ଆଣିବାକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ଚାଇନା ପ୍ରଥମ ଦେଶ ଭାବେ ଏହା କରିପାରିଛି । ଚାଙ୍ଗ -୫ ଅନୁସନ୍ଧାନ ନେଇ ଏକ ଲଙ୍ଗ୍ ମାର୍ଚ୍ଚ ୫ ରକେଟ୍ ଉତକ୍ଷେପଣ କରାଯାଇଛି । ଦକ୍ଷିଣ ଦ୍ୱୀପପୁଞ୍ଜ ହେଇନାନର ୱେଞ୍ଚାଙ୍ଗ ସ୍ପେସ୍ ସେଣ୍ଟରରୁ ଏହା ସକାଳ ୪.୩୦ରେ ଉତକ୍ଷେପଣ କରାଯାଇଛି ।

ଏହି ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ଲୁନର ରକ ସଂଗ୍ରହ କରିବା ସହିତ ମାଟି ଆଣିବା । ଯାହା ଫଳରେ କି ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠ ବାବଦରେ ଅଧିକ ଅଧ୍ୟୟନ କରିବା ସହିତ ଚନ୍ଦ୍ରର ଉତ୍ପତ୍ତି, ଗଠନ ଏବଂ ଆଗ୍ନେୟଗିରି କାର୍ଯ୍ୟକଳାପ ବିଷୟରେ ଜାଣିପାରିବେ । ଏହି ମିଶନ ୨୦୧୭ରେ ହେବା ପାଇଁ ଯୋଜନା କରାଯାଇଥିଲା କିନ୍ତୁ ଲଙ୍ଗ ମାର୍ଚ୍ଚ-୫ ରକେଟରେ ଇଞ୍ଜିନ ବିଫଳତା ହେତୁ ବିଳମ୍ବ ହୋଇଥିଲା | ନଭେମ୍ବର ଶେଷରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ଗୋଟିଏ ଚନ୍ଦ୍ର ଦିନ(ପୃଥିବୀର 14 ଦିନ ସହିତ ସମାନ )ରେ ସେଠାରୁ ସାମଗ୍ରୀ ସଂଗ୍ରହ କରିବ ବୋଲି କହାଯାଇଛି ।

ଏହାପୂର୍ବରୁ ୧୯୬୦ ଏବଂ ୧୯୭୦ ଦଶକରେ କେବଳ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଏହିପରି ଚନ୍ଦ୍ର ପଥର ଆଣିବାରେ ସକ୍ଷମ ହୋଇଥିଲେ। ତେଣୁ, ଯଦି ଚୀନ୍ ଏହାର ମିଶନରେ ସଫଳ ହୁଏ ତେବେ ଏହା ତୃତୀୟ ଦେଶ ହେବ ଏବଂ ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ଚନ୍ଦ୍ର ପଥର ନମୁନା ଫେରାଇ ଆଣିବ |

Leave a Reply

Your email address will not be published. Required fields are marked *