ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ହେଡ କ୍ଲର୍କ

ବାଲିଗୁଡ଼ା:-ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ବିଇଓ ଅଫିସର ହେଡ କ୍ଲର୍କ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବିଇଓ ଅଫିସର ହେଡ଼ କ୍ଲର୍କ ଚିତ୍ତରଞ୍ଜନ ସିଂ ଆଜି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାବୁଡ଼ରେ ଧରା ପଡି ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ  ଶିବ ଶଙ୍କର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାପା ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଶ୍ରାନିକେତା ନୋଡାଲ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ ଚାକିରୀ କରୁଥିଲେ।  ୨୦୧୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ବାପାଙ୍କ ସ୍ଥାନରେ ରିହାବିଲିଟେସନ ସ୍କିମରେ ଚାକିରୀ ଲାଗି ଶିଵ ଶଙ୍କର ଆବେଦନ କରିଥିଲେ।

ହେଲେ ହେଡ କ୍ଲର୍କ ଚିତ୍ତରଞ୍ଜନ ସିଂ ତାଙ୍କ ଠାରୁ ୫ ହଜାର ଟଙ୍କା ଦେଲେ ହିଁ କାମ କରିବେ ବୋଲି ଦାବି କରିଥିଲେ। ଆଉ ଏ ନେଇ ଶିଵ ଶଙ୍କର ପଟ୍ଟନାୟକ ବ୍ରହ୍ମପୁର ଭିଜିଲାନ୍ସ ଅଫିସକୁ ଜଣାଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ଆଜି ଅଭିଯୋଗକାରୀ ଶିଵ ଶଙ୍କର ପଟନାୟକଙ୍କ ଠାରୁ ଅଫିସ ଭିତରେ ଦାବି ମୁତାବକ ୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ  ଗିରଫ କରିଥିଲେ ।  ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଦାରିଙ୍ଗବାଡ଼ି ଅଫିସ ସମେତ ବାଲିଗୁଡା  ନୂଆସାହି ସ୍ଥିତ ବାସଭବନରେ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *