ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା : ଥାନାରୁ ଲିଖିତ ଅଭିଯୋଗ ପ୍ରତ୍ୟାହୃତ କଲେ ମୃତ ତାରିକ ସଲିମଙ୍କ ପରିବାର
ରାଉରକେଲା:– ରାଉରକେଲା ବୀରମିତ୍ରପୁର ଥାନାରୁ ପ୍ରତ୍ୟାହୃତ ହେଲା ଲିଖିତ୍ତ ଅଭିଯୋଗ । ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କଲେ ମୃତ ତାରିକ ସଲିମଙ୍କ ପରିବାର । ମୃତ ତାରିକ ସଲିମଙ୍କ ପରିବାର ଗତ ୧୯ ତାରିଖ ସକାଳୁ ବୀରମିତ୍ରପୁର ଥାନାରେ ଲିଖିତ୍ତ ଅଭିଯୋଗ କରିଥିଲେ । ତାରିକ ସଲିମକୁ ହାଜତରେ ପୋଲିସ ପିଟି ପିଟି ମାରି ଦେଇଥିବା ନେଇ ଅଭିଯୋଗ ରହିଥିଲା । ସୋମବାର ଦିନ ପରିବାର ଲୋକେ ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କରିନେଇଛନ୍ତି ।
ପୋଲିସ ବିରୋଧରେ ହୋଇଥିବା ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ ହେବା ପରେ ସାମ୍ବାଦିକ ସମ୍ମିଳନୀ ଡାକି ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ପ୍ରତିକ୍ରିୟା ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ଧମକ ଚମକ ଦେବା ସହ ଶାସକ ଦଳର ନେତା ଚାପ ପକାଇ ଲିଖିତ୍ତ ଅଭିଯୋଗ ପ୍ରତ୍ୟାହୃତ କରାଇଛନ୍ତି । ଭୟରେ ପରିବାର ଲୋକେ ଅଭିଯୋଗ ପ୍ରତ୍ୟାହୃତ କରିଛନ୍ତି । ଏବେ ମଧ୍ୟ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ଆଇଆଇସିଙ୍କୁ ନିଲମ୍ବନ କେବଳ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି । ୭ ଦିନ ଭିତରେ ଦୋଷୀକୁ ଗିରଫ କର ନଚେତ୍ ବୀରମିତ୍ରପୁର ବନ୍ଦ ଡାକରା ଦିଆଯିବ । ରାଜରାସ୍ତାକୁ ଓଲ୍ଲାଇବ କଂଗ୍ରେସ । ବେଳ ଥାଉ ଥାଉ ମୃତକଙ୍କ ପରିବାରକୁ ନ୍ୟାୟ ଦିଅ ନଚେତ୍ ସମ୍ଭଳିବ ବୋଲି ଜର୍ଜ ତିର୍କୀ କହିଛନ୍ତି।