ବନ୍ଧୁକ ଦେଖାଇ ଲୁଟ୍, ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା

ମଙ୍ଗଳପୁର:-ବନ୍ଧୁକ ଦେଖାଇ ଲୁଟ୍ । ଯାଜପୁର ଜିଲ୍ଲା ମଙ୍ଗଳପୁର ଅଂଚଳରେ ସୁନା ଦୋକାନୀ ପ୍ରଭାକର ସାହୁ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଷାଠିବାଟି ଠାରେ ଲୁଟ୍ର ଶିକାର ହୋଇଛନ୍ତି । ୩ଟି ବାଇକରେ ୬ ଜଣ ଲୁଟେରା ବନ୍ଧୁକରେ ପ୍ରଭାକରଙ୍କ ମୁଣ୍ଡ ଆଘାତ କରି ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ୨୦ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ପରେ ସ୍ଥାନୀୟ କେତେଜଣ ବ୍ୟକ୍ତି ଲୁଟେରାଙ୍କୁ ପିଛା କରିଥିଲେ ଏବଂ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।ସେମାନଙ୍କୁ ପୋଲିସର ଜିମା ଦିଆଯାଇଥିଲା । ଲୁଟେରାଙ୍କୁ ପାଖରୁ ଗୋଟିଏ ବାଇକ, ବନ୍ଧୁକ ଜବତ ହୋଇଛି । ଆହତ ପ୍ରଭାକରଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଲୁଟେରାଙ୍କୁ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଛି । ମଙ୍ଗଳପୁର ପୁଲିସ ଘଟଣା ସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଲୁଟ୍ରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *