ଭୁଲ୍ ଇଞ୍ଜେକ୍ସନ୍‌ରୁ ଶିଶୁ ମୃତ୍ୟୁ !

ନୟାଗଡ଼:- ଭୁଲ୍ ଇଞେକ୍ସନ୍ ଯୋଗୁ ୧୦ ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଳିଶର ଗାଁରେ । ଏହାକୁ ନେଇ ମେଡିକାଲରେ ପରିସରରେ ଉତ୍ତେଜନା ।

ଖବର ଅନୁଯାୟୀ, ଗାଁର ବିଶ୍ବନାଥ ପରିଡ଼ାଙ୍କ ୧୦ବର୍ଷର ପୁଅ ରାଜେଶକୁ ୨ ଦିନ ହେଲା ସାମାନ୍ୟ ଥଣ୍ଡା ଓ ଜ୍ବର ହେଉଥିଲା । ଗତକାଲି ସନ୍ଧ୍ୟାରେ ପୁଅକୁ ଧରି ବିଶ୍ବନାଥ ଦୁର୍ଦୁରା ଗାଁର ପ୍ରମୋଦ ରଥଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରମୋଦ ରାଜେଶକୁ ଇଞ୍ଜେକ୍ସନ୍ ଦେଇଥିଲେ । ଏହା ପରେ ରାଜେଶର ହଠାତ୍ ଚେତା ବୁଡ଼ିଯାଇଥିଲା । ରାଜେଶକୁ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ ବିଶ୍ବନାଥ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସାଥୀରେ ଆସିଥିବା କ୍ବାକ୍ ପ୍ରମୋଦ ଶିଶୁର ମୃତ୍ୟୁ ଖବର ଶୁଣି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତଦେହକୁ ବ୍ୟବଛେଦ ପାଇଁ ରଖାଯାଇଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିଲେ ମଧ୍ୟ, କ୍ବାକ୍ ପ୍ରମୋଦଙ୍କ ଭୁଲ୍ ଇଞେକ୍ସନ୍ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *