ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ଏଟିଏମ୍ ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେଇ ପାରିଲେନି ଦୁର୍ବୃତ୍ତ
ଜୟପୁର:-ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ । କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି ।ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଲୁଟ୍ ଉଦ୍ୟମ କରିଥିଲେ । ଏଟିଏମ୍ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ନେଇ ପାରିନଥିଲେ । ସୋମବାର ସକାଳୁ ଏଟିଏମ୍ ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।